ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଜନୈକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁପୁର ଗ୍ରାମର କାଳନ୍ଦି ବେହେରା ଓରଫ କାଳିଆ ବୋଲି କେନ୍ଦ୍ରାପଡ଼ା ଏସ୍‌ଡିପିଓ କେଦାରନାଥ ସାହୁ କହିଛନ୍ତି। ଜାତୀୟ ରାଜପଥରେ ଗତ ରବିବାର ସଂପୃକ୍ତ ଛାତ୍ରୀଙ୍କୁ ଏକୁଟିଆ ପାଇ ଯୁବକ ଜଣକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଅଭିଯୁକ୍ତ କାଳିଆ ନାମରେ ପୂର୍ବରୁ ପାରାଦୀପ ଲକ୍ ଥାନାରେ କେସ୍ ନଂ୨୦୨/୧୬ରେ ଏବଂ ମାର୍ଶାଘାଇ ଥାନାରେ ମଧ୍ୟ ୨୮୭/୧୩ ମାମଲା ରହିଥିଲା।
ଦୁଷ୍କର୍ମ ଉଦ୍ୟମ ଘଟଣା ଜଣାପଡ଼ିବା ପରେ ଗୋପିନାଥପୁର କଲେଜର ଛାତ୍ରଛାତ୍ରୀ ସୋମବାର ଜାତୀୟ ରାଜପଥ ଅବରୋଧ କରିଥିଲେ। ମଙ୍ଗଳବାର ମଧ୍ୟ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପାରାଦୀପ ଏବଂ କେନ୍ଦ୍ରାପଡ଼ା ଅଞ୍ଚଳରେ ଚଢାଉ କରାଯାଇଥିଲା। ତେବେ ବୁଧବାର ସକାଳୁ କାଳିଆକୁ ମାର୍ଶାଘାଇ ଅଞ୍ଚଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

Comment