ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପାଇପ୍‌ ଲାଇନ୍‌ ଯୋଗେ ହେବ ଗ୍ୟାସ୍‌ ଯୋଗାଣ। ଅକ୍ଟୋବର ୨୦ ତାରିଖରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ନାଲ୍‌କୋ ନଗରରେ ୨୫୫ ଘରକୁ ପାଇପ୍‌ ଲାଇନ୍ ଯୋଗେ ଗ୍ୟାସ୍‌ ଯୋଗାଣ କରାଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାମରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି।
ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମଧ୍ୟ ପାଇପ୍‌ ଲାଇନ୍‌ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ୍। ଏହାପରେ ସମଗ୍ର ଓଡ଼ିଶାରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ କରିବାକୁ ଯୋଜନା ରହିଛି।
ଗତ ମାର୍ଚ୍ଚ ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଏବଂ କଟକରେ ପାଇପ୍‌ ଲାଇନ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱରର ପ୍ରାୟ ୧ ହଜାର ବାସିନ୍ଦାଙ୍କୁ ଏହି ପ୍ରକଳ୍ପ ମାଧ୍ୟମରେ ଗ୍ୟାସ୍‌ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ୧୭୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା।

 

Comment