ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଲ କରିଡର ଚିତ୍ରକୋଣ୍ଡାରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ବାଇକ୍‌ରେ ବୁଲି ତଦାରଖ କଲେ ସୁରକ୍ଷା ବ୍ୟବସ୍ଥା। ମାଲକାନଗିରି ଜିଲ୍ଲା ବଡ଼ପଡ଼ାଠାରୁ ବାଇକରେ ଯାଇ ଗୁରୁପ୍ରିୟା ସେତୁ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ ଡିଜି। ସେତୁ ସୁରକ୍ଷାରେ ମୁତୟନ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିଥିଲେ ଡାକ୍ତର ଆର୍‌.ପି ଶର୍ମା।
ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରେ ଡିଜି ମାଲକାନଗିରି ସଦର ମହକୁମାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଏସ୍‌ଏଫ୍‌, ଏସ୍‌ଓଜି, ଗୁଇନ୍ଦା ନିର୍ଦ୍ଦଶେକ, ଆଇଜି କ୍ରାଇମବ୍ରାଞ୍ଚ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏବଂ କୋବ୍ରା ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନା ବେଳେ ମାଓ ମୁକାବିଲା ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ପୋଲିସ, କୋବ୍ରା ଓ ବିଏସ୍‌ଏଫ୍‌ ମଧ୍ୟରେ ସମନ୍ବୟ ରକ୍ଷା କରି ଜଏଣ୍ଟ ଅପରେସନ୍‌କୁ ଜୋରଦାର କରାଯିବ ବୋଲି ଡିଜି କହିଛନ୍ତି।

Comment