ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳମାନଙ୍କର ଗରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ୧୨ଟି ଯୋଜନା ସମ୍ପକର୍ରେ ସମୀକ୍ଷା କରାଯିବ। ମମତା, ନିରାମୟ, ଖାଦ୍ୟ ସୁରକ୍ଷା ଆଇନ୍, ସର୍ବଶିକ୍ଷା ଅଭିଯାନ, ବିଜୁ ପକ୍କା ଘର, ମିଶନ ଶକ୍ତି, ନିର୍ମାଣ ଶ୍ରମିକ ଯୋଜନା, ପାନୀୟ ଜଳ, ଉଠା ଜଳସେଚନ ସମ୍ପର୍କରେ ଆଲୋଚନା କରାଯିବ। ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ଏହି ଯୋଜନା କିପରି ଚାଲିଛି ତାର ସମୀକ୍ଷା କରାଯିବ।
୩୦ଟି ଜିଲ୍ଲା ପାଇଁ ସଚିବମାନଙ୍କୁ ଦାୟିତ୍ବ ଦିଆଯାଇଛି। ସମୀକ୍ଷା ପରେ ସଚିବମାନେ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ସ୍ବତନ୍ତ୍ର ଶାସନ ସଚିବ ଅଶୋକ ମୀନା କହିଛନ୍ତି।

Comment