ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରର ସହୀଦନଗରର ବିଏମସି ଭବାନୀ ମଲରେ ଖୋଲିଲା ଡକ୍ଟର ଅଗ୍ରୱାଲସ ଚକ୍ଷୁ ଚିକିତ୍ସାଳୟ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଚକ୍ଷୁରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ପାଇଁ ଏହି ହସ୍ପିଟାଲରେ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ହସ୍ପିଟାଲରେ ମଡ୍ୟୁଲାର ଅପରେସନ୍ ଥିଏଟର ରହିଛି, ଯେଉଁଠାରେ ରୋଗୀମାନଙ୍କ ସମ୍ପର୍କୀୟମାନେ ଅସ୍ତ୍ରୋପଚାରକୁ ପ୍ରତ୍ୟକ୍ଷ ଭାବେ ଦେଖିପାରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଭୁବନେଶ୍ୱରରେ ଡକ୍ଟର ଅଗ୍ରୱାଲସ୍ ଚକ୍ଷୁ ଚିକିତ୍ସାଳୟକୁ ଉଦ୍‌ଘାଟନ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ମୋର ବିଶ୍ୱାସ ରହିଛି ଯେ ଏହି ନୂତନ କେନ୍ଦ୍ର ଚକ୍ଷୁରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବ ଏବଂ ସହରରେ ଚକ୍ଷୁ ଚିକିତ୍ସା ସେବାରେ ଉନ୍ନତି ଆଣିବ ।’’
ଡକ୍ଟର ଅଗ୍ରୱାଲସ୍ ଗ୍ରୁପ୍ ଅଫ୍ ହସ୍ପିଟାଲସରେ ଅଧ୍ୟକ୍ଷ ଡାକ୍ତର ଅମର ଅଗ୍ରୱାଲ୍ କହିଛନ୍ତି ଯେ, “ଗୁଣାତ୍ମକ ଚକ୍ଷୁ ଚିକିତ୍ସା ସୁବିଧାର ଅଭାବ ଯୋଗୁଁ ଅଧିକ ଚିକିତ୍ସା ହୋଇପାରୁ ନାହିଁ। ଆମ ହସ୍ପିଟାଲର ଲକ୍ଷ୍ୟ ହେଉଛି ସେହି ଅଭାବକୁ ଦୂର କରିବା। ଆମେ ଆଗାମି ଦିନରେ ଓଡ଼ିଶାରେ ଆଉ କିଛି ନୂତନ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଛୁ ।’’
୧୦,୦୦୦ ବର୍ଗଫୁଟର ଏହି ହସ୍ପିଟାଲରେ ବହୁ ଅଭିଜ୍ଞ କର୍ମଚାରୀ ଅଛନ୍ତି। ଏହି ହସ୍ପିଟାଲ ଚକ୍ଷୁରୋଗୀଙ୍କ ପାଇଁ ୱାନ୍ ଷ୍ଟପ୍ ସମାଧାନ ଭାବେ କାମ କରିବ। ଏହି କେନ୍ଦ୍ର ମୋତିଆବିନ୍ଦୁ ଏବଂ ପ୍ରତିସରଣ ସମସ୍ୟାର ସମାଧାନ କରିବ। ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ଗ୍ଲୋକୁମା, ଡାଇବେଟିସ୍ ରେଟିନୋପାଥି, ସ୍କ୍ୱିଂଟ୍, ସ୍ୱଚ୍ଛପଟଳ ସମସ୍ୟା, କସ୍ମେଟିକ୍ ଅକ୍ୟୁଲୋପ୍ଲାଷ୍ଟି, ୟୁଭିଇଏ ଏବଂ ଶିଶୁ ଯତ୍ନ ଆଦି ଚିକିତ୍ସା ସୁବିଧା ପ୍ରଦାନ କରିବ। ଏହି ହସ୍ପିଟାଲରେ ଲାବୋରେଟୋରି, ଫାର୍ମାସି ଏବଂ ଅପ୍ଟିକାଲ୍ ଶାଖା ଭଳି ସୁବିଧା ମଧ୍ୟ ରଖାଯାଇଛି।
ଡକ୍ଟର ଅଗ୍ରୱାଲସ୍ ଚକ୍ଷୁ ଚିକିତ୍ସାଳୟ ୧୯୫୭ ମସିହାରେ ଆରମ୍ଭ ହୋଇଥିଲା। ଚେନ୍ନାଇରେ ଏହାର ୧୬ଟି ଶାଖା ରହିଛି ଏବଂ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ଆଣ୍ଡାମାନ, ଗୁଜୁରାଟ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ଏହାର ଅନେକ ଶାଖା ରହିଛି। ଯାହା ଏବେ ୧୪ଟି ଶାଖା ଆଫ୍ରିକୀୟ ରାଷ୍ଟ୍ର ଏବଂ ପୂର୍ବ ଏସିଆ ଅଂଚଳରେ ରହିଛି।
ଏହି ଉଦ୍‌ଘାଟନ ଉତ୍ସବରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଡକ୍ଟର ଅଗ୍ରୱାଲସ୍ ଗ୍ରୁପ୍ ଅଫ୍ ଆଇ ହସ୍ପିଟାଲ୍ସର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅମର ଅଗ୍ରୱାଲ୍, ଏବଂ ଡକ୍ଟର ଅଗ୍ରୱାଲସ୍ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱରର ମୁଖ୍ୟ ଡାକ୍ତର ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment