ଓଡ଼ିଶାଲାଇଭ୍‌ ବ୍ୟୁରୋ

“୨୦୧୯ରେ ଓଡ଼ିଶାରୁ ନିର୍ବାଚନ ଲଢ଼ିବି। ତେବେ ବିଧାନସଭା ପାଇଁ ଲଢ଼ିବି ନା ଲୋକସଭା ତାହା ଦଳ ନିଷ୍ପତ୍ତି ନେବ”,- ଏହା କହିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ୍ ପକ୍ଷରୁ ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଲିଟେରାରି ଫେଷ୍ଟିଭାଲ୍। ଏଥିରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଥିଲେ, ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ରହିଛି। ଆଗାମୀ ନିର୍ବାଚନ ଓଡ଼ିଶାରୁ ଲଢ଼ିବି। ବ୍ୟକ୍ତିଗତ ସମ୍ପର୍କ କାହା ସହ ଖରାପ ନାହିଁ। ମାତ୍ର ଆମର ନୀତି ଓ ମତ ଭିନ୍ନ। ଓଡ଼ିଶାବାସୀ ଏବେ ବଡ଼ ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି। ଓଡ଼ିଶାରେ ଏକ ସ୍ଥାଣୁ ସରକାର ଚାଲିଛି।”
କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି। ଗତ କିଛିଦିନ ହେଲା ଧର୍ମେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛନ୍ତି। କଥା କଥାକେ ସେ ଓଡ଼ିଶା ସରକାରଙ୍କୁ ଟାର୍ଗଟେ କରୁଛନ୍ତି। ୨୦୧୯ରେ ଧର୍ମନ୍ଦ୍ରେ କେଉଁଠୁ ନିର୍ବାଚନ ଲଢ଼ିବେ ତାକୁନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ହେଲେ ଆଜି ଧର୍ମେନ୍ଦ୍ର ସ୍ପଷ୍ଟ କରିଛନ୍ତି। ଓଡ଼ିଶାରୁ ସେ ନିର୍ବାଚନ ଲଢ଼ିବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

Comment