ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଂଗ୍ରେସ ଅନୁସୂଚିତ ଜାତି, ଜନଜାତି ସେଲ୍‌ ରାଜଧାନୀରେ ଗର୍ଜିଛି। ଏହି ସେଲ୍‌ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଶଗରିଆ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣାରେ ଶାସକ ବିଜେଡିର ଲିଙ୍କ୍‌ ରହିଥିବା ଏହି ସେଲ୍‌ ଅଭିଯୋଗ କରିଛି।

କୁନ୍ଦୁଲି ପୀଡ଼ିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା, ଘଟଣାର ବିଚାର ବିଭାଗୀୟ ତଦନ୍ତ, ଡାକ୍ତରୀ ମାଇନା ରିପୋର୍ଟ ସାର୍ବଜନୀନ କରିବା, ପୀଡ଼ିତା ପରିବାରକୁ ୫୦ ଳକ୍ଷ ଟଙ୍କାର କ୍ଷତିପୂରଣ, ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସର ଏହି ସେଲ୍‌ ଦାବି କରିଛି।

ସେପ୍ଟେମ୍ବର ୧୦ ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସୋରିଷପଦର ଜଙ୍ଗଲରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଏହାକୁ ନେଇ ବିଗତ ଦିନରେ କଂଗ୍ରେସ କୋରାପୁଟ ଜିଲ୍ଲା ବନ୍ଦ କରିବା ସହ ପଦଯାତ୍ରା ଆୟୋଜନ କରିଥିଲା।

Comment