ଓଡ଼ିଶାଲାଇଭ୍‍ ବ୍ୟୁରୋ

୧. କମଲ ହସନ କହିଲେ ହିନ୍ଦୁ ଆତଙ୍କବାଦ ବୋଲି କିଛି ନିଶ୍ଚିତ ଭାବରେ ଅଛି। ସେମାନେ ଆଜିକାଲି ହିଂସାରେ ହିଁ ଲିପ୍ତ ରହୁଛନ୍ତି।
୨. ବିରାଟ କୋହଲିଙ୍କୁ ଆଇସିସିର କ୍ଲିନ ଚିଟ୍। କହିଲେ ୱାକିଟକି ବ୍ୟବହାର ପାଇଁ ଅନୁମତି ନେଇଥିଲେ।
୩. ରାହୁଲ ଗାନ୍ଧି ମୋ ପୁଅକୁ ପାଇଲଟ ହେବାରେ ସାହାଯ୍ୟ କରିଥିବାରୁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, ଏ କଥା କହିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ।
୪. ବହୁତ ଖେଚୁଡ଼ି ରନ୍ଧା ହୋଇଗଲା।ସେ ଭଳି କୌଣସି ଜାତୀୟ ଖାଦ୍ୟ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର।
୫. କଂଗ୍ରେସ ସଂସଦ ଶଶୀ ଥରୁର କହିଛନ୍ତି ଉଭୟ ୟୁପିଏ ଓ ଏନଡିଏ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରିଆସିଛନ୍ତି।
୬. ହିମାଚଳ ପ୍ରଦେଶରେ ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ କଂଗ୍ରେସ ଏକ ହସ କ୍ଲବରେ ପରିଣତ ହୋଇଯାଇଛି।
୭. ବିଶିଷ୍ଟ ଲେଖକ ରାମଚନ୍ଦ୍ର ଗୁହାଙ୍କ ମତରେ  ବାମପନ୍ଥୀ ଓ କଂଗ୍ରେସର ଭାଣ୍ଡାମି ଯୋଗୁଁ  ଦେଶରେ ହିନ୍ଦୁ ଜାତୀୟତାବାଦ ମୁଣ୍ଡ ଟେକିଚି।
୮. ନୋଟବନ୍ଦୀ, ଜିଏସଟିକୁ ନେଇ ଲୋକଙ୍କ ମନରେ କ୍ରୋଧ ଭରି ରହିଛି, ଗୁଜୁରାଟ ନିର୍ବାଚନ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନା।
୯. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗି ପକାଇଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।
୧୦. ଆମେରିକାର ରାସ୍ତା ତୁଳନାରେ ମଧ୍ୟପ୍ରଦେଶର ବହୁ ରାସ୍ତା ଭଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ।

Comment