(ଓଡ଼ିଶାଲାଇଭ୍‌ ବ୍ୟୁରୋ)

କୋଣାର୍କ ଏକ୍ସପ୍ରେସ୍‌ରେ ମଲା ମୂଷାର ଦୁର୍ଗନ୍ଧ। ଅତିଷ୍ଠ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ବନାଥ ରଥ। ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ୍‌ରେ ମଲା ମୂଷା ଥିବା ସ୍ବୀକାର କରିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ବିଚାରପତି ବିଶ୍ବନାଥ ରଥ କୋରାପୁଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରୁ କୋଣାର୍କ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ। ହେଲେ ସେ ବସିଥିବା ବଗିରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ଏପରିକି ମୂଷା ଚଳ ପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଅତିଷ୍ଠ ହୋଇ ବିଚାରପତି ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ।

ବିଚାରପତି ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବ୍ରହ୍ମପୁର ଷ୍ଟେସନରେ କେମିକାଲ ଜରିଆରେ ମଲା ମୂଷା ପଡ଼ିଥିବା ସ୍ଥାନକୁ ସଫା କରାଯାଇଛି।

 

Comment