(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରାଷ୍ଟ୍ରାୟତ ସଂସ୍ଥା ଓ ଏନଜିସିରେ ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ୍ ପାତ୍ରଙ୍କ ନିଯୁକ୍ତି ସମ୍ପର୍କୀତ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି। ନବରତ୍ନ କମ୍ପାନି ତୈଳ ଓ ପ୍ରାକୃତିକ ଗ୍ୟାସ କମିଶନର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ ସମ୍ବିତ୍  ନିଯୁକ୍ତି ପାଇଥିଲେ। ହାଇକୋର୍ଟ ଏହି ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ତାହାକୁ ମୂଳରୁ ହିଁ ଖାରଜ କରି ଦେଇଛନ୍ତି।
ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଓ ଜଷ୍ଟିସ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏନଜିଓ ‘ଏନେର୍ଜି  ୱାଚ’ର ମାମଲା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ଏହି ସ୍ବେଛାସେବୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ,  ଓଏନଜିସିର ସ୍ବତନ୍ତ୍ର ନିର୍ଦ୍ଦେଶକ ହେବା ପାଇଁ ସମ୍ବିତଙ୍କର  ଯୋଗ୍ୟତା ନାହିଁ। ସଂସ୍ଥା ପକ୍ଷରୁ ଏକଥା  ମଧ୍ୟ ଅଭିଯୋଗ  କରାଯାଇଥିଲା ଯେ,ଏହି ନିଯୁକ୍ତି ସମୟରେ ଆବଶ୍ୟକୀୟ ପ୍ରକ୍ରିୟାର ଅନୁପାଳନ କରାଯାଇ ନଥିଲା। ସମ୍ବିତ୍ ପାତ୍ର ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ତୈଳ ଓ ଗ୍ୟାସ ସଂସ୍ଥାରେ ନିଯୁକ୍ତି ପାଇଁ ଯୋଗ୍ୟତା ତାଙ୍କର କୁଆଡୁ ଆସିଲା ବୋଲି ଉକ୍ତ  ଆବେଦନ ପତ୍ରରେ ପଚରା ଯାଇଥିଲା। ସମ୍ବିତ୍ ପାତ୍ରଙ୍କ ବାର୍ଷିକ ୨୩ ଲକ୍ଷ ଟଙ୍କା ଦରମାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ। କେନ୍ଦ୍ର ସରକାର ତାଙ୍କ ଜବାବରେ ଏ କଥା କହିଥିଲେ ଯେ, ସମ୍ବିତ୍ ପାତ୍ର ସଫଳତାର ସହ ତାଙ୍କର ଏକ ଏନଜିଓ ଚଳାଇ ସାରିଛନ୍ତି ଓ ସେହି ଭିତ୍ତିରେ ସେ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here