(ଓଡ଼ିଶାଲାଇଭ୍‌ ବ୍ୟୁରୋ)

  • ଏଟି ଚିଟଫଣ୍ଡ ଲିଙ୍କ୍‌ରେ ପ୍ରଭାତଙ୍କ ସଂପୃକ୍ତି ଅଭିଯୋଗ
  • ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ
  • ୨୦୧୫ ମାର୍ଚ୍ଚ ୩ରେ ମିଳିଥିଲା ସର୍ତ୍ତମୂଳକ ଜାମିନ୍‌
  • ଜାମିନ୍‌କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା ସିବିଆଇ

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ପ୍ରଭାତଙ୍କ ଜାମିନ୍‌ଙ୍କୁ ଚାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଆଜି ଖାରଜ ହୋଇଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ରାୟ ବଳତ୍ତର ରହିଛି।

ଏଟି ଚିଟ୍‌ଫଣ୍ଡ ସଂସ୍ଥା ସହ ଟଙ୍କା ନେଣ ଦେଣ ଅଭିଯୋଗରେ ପ୍ରଭାତ ତ୍ରିପାଠୀ ୨୦୧୪ ଅକ୍ଟୋବର ୩୧ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ୫ ମାସ ଧରି ସେ ଝାରପଡ଼ା ଜେଲ୍‌ରେ ରହିବା ପରେ ୨୦୧୫ ମାର୍ଚ୍ଚ ୩ରେ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ତେବେ ପ୍ରଭାତ କେଉଁ ଆଧାରରେ ଜାମିନ୍‌ ପାଇଲେ ତାହାକୁ ସିବିଆଇ ୨୦୧୫ ଡିସେମ୍ବର ୨୫ରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଏହାର ଶୁଣାଣି ଆଜି ହୋଇଛି।

ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକ୍ରି ଏବଂ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ ପ୍ରଭାତଙ୍କ ଚିଟଫଣ୍ଡ ସ୍କାମ ତଦନ୍ତର ସ୍ଥିତି ସମ୍ପର୍କରେ ଜଣାଇବାକୁ ସିବିଆଇକୁ କହିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟର ରାୟକୁ ବଳବତ୍ତର ରଖିଛନ୍ତି।

 

Comment