(ଓଡ଼ିଶାଲାଇଭ୍‌ ବ୍ୟୁରୋ)

୨୦୧୮ ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଚଳିତ ବର୍ଷ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ, ମାଧ୍ୟମା ପରୀକ୍ଷା ଏକାସାଙ୍ଗେ ହେବ। ହେଲେ ମାଧ୍ୟମା ପରୀକ୍ଷା ୭ରେ ଶେଷ ହେବ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଯାହାନା ବେଗମ୍‌ କହିଛନ୍ତି, “ମାଟ୍ରିକ ପରୀକ୍ଷାକୁ ଚଳିତବର୍ଷ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।”

ଫେବ୍ରୁଆରୀ ୨୩ରେ ଓଡ଼ିଆ, ୨୬ରେ ଇଂରାଜୀ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୩ରେ ଗଣିତ, ୬ରେ ବିଜ୍ଞାନ, ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ଟା୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷା ଅଧିକ ୧୫ ମିନିଟ୍ ହେବ।

୨୦୧୮ ମାଟ୍ରିକ ପରୀକ୍ଷା ନିଜ ସ୍କୁଲରେ ହେବନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କିଛିଦିନ ତଳେ କହିଥିଲେ। ମାଟ୍ରିକ ପରୀକ୍ଷାରେ କପି ରୋକିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ।

Comment