(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଚୌଦ୍ୱାର: କମିଶନ୍‌ରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ୪ ଆନ୍ତରାଜ୍ୟ ବାଇକ୍‌ ଲୁଟେରା। ଏମାନଙ୍କ ନିକଟରୁ ୧୫ଟି ବାଇକ୍‌ ଜବତ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ସଦାନନ୍ଦ ନାୟକ, ଲକ୍ଷ୍ମୀଧର ନାୟକ, ଜଗନ୍ନାଥ ସର, ଅମରଜିତ୍‌ ଗଡ଼ନାୟକ। ଏହି ୪ ଜଣ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ମାନପୁର ଗ୍ରାମର। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଚୌଦ୍ୱାର ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, “ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଆଗରୁ ମାମଲା ରହିଥିଲା। ଏମାନେ ବିଭିନ୍ନ ଚୋରି, ଡକାୟତି ଘଟଣାରେ ସଂପୃକ୍ତ। ଏହାସହ ଅନ୍ୟ ଚୋରି ଘଟଣାର ତଦନ୍ତ ଜାରି ରହିଛି।”

ନଭେମ୍ବର ୨ ତାରିଖରେ ଚାରବାଟିଆ ଟେନାମେଣ୍ଟ କଲୋନିର ରଶ୍ମିକାନ୍ତ ପାଇକରାୟଙ୍କ ବାଇକ୍‌ ଚୋରି ହୋଇଥିଲା। ଏ ସମ୍ପର୍କରେ ସେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଆଉ ଢେଙ୍କାନାଳ ଜିଲ୍ଲାର ଏହି ୪ ଜଣ ପୋଲିସ ଖୁଆଡରେ ପଡ଼ିଛନ୍ତି।

 

Comment