(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଦିଲ୍ଲୀ ଏମ୍‌ସରୁ ଆସୁଛି ଭଲ ଖବର। ସୁଧୁରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା। ଜଗା ସାଧାରଣ ୱାର୍ଡରେ ମା’ କୋଳରେ ଶୋଇଥିବା ବେଳେ କାଳିଆ ଆଇସିୟୁର ସାଧାରଣ ୱାର୍ଡକୁ ଆସିଛି। ଜଗାର ଆଖି ପରୀକ୍ଷା କରାଯାଇଛି। ଆଖି ଭଲ ଥିବା ଏମ୍‌ସ ସୂତ୍ରରୁ ଜଣାପଡ଼ିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “କିଛିଦିନ ତଳେ କାଳିଆର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। କୋଏମ୍ବାଟୋରରୁ ଆସିଥିବା ବିଶେଷଜ୍ଞ କରିଥିଲେ ପ୍ଲାଷ୍ଟିକ୍ ସର୍ଜରୀ। ଆଜି ତାକୁ ଆଇସିୟୁର ସାଧାରଣ ୱାର୍ଡକୁ ଅଣାଯାଇଛି।”

ଗତ ୨୫ ତାରିଖରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଣୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କରାଯାଇଥିଲା। ୧୧ ଘଣ୍ଟାର ଅପରେସନ୍‌ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ ଜଗା-କାଳିଆଙ୍କୁ ଦେଖିବା ପାଇଁ କନ୍ଧମାଳରୁ ତାଙ୍କ ମା ଦିଲ୍ଲୀ ଯାଇଥିଲେ। ଏମ୍‌ସରେ ରହି ସେ ତାଙ୍କ ଦୁଇ ପୁଅଙ୍କୁ ଦେଖୁଛନ୍ତି।

୭୨ ଘଣ୍ଟାର ଅବଜର୍ଭସେନ୍‌ରେ ରହିବା ପରେ ଉଭୟଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ଜଗା ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କାଳିଆ ମାନ୍ଦା ରହୁଥିଲା। ଏଣୁ ଜଗାକୁ ୩ ଦିନ ହେଲା ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଜଗା-କାଳିଆଙ୍କ ଅପରେସନ୍‌ ଏକ ବିରଳ ଘଟଣା ବୋଲି ଏମ୍‌ସ ଡାକ୍ତରୀ ଟିମ୍‌ ପକ୍ଷରୁ କୁହାଯାଇଛି।

 

 

Comment