(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଆମ୍‍ ଆଦମୀ ପାର୍ଟି ପକ୍ଷରୁ ଆଜି ଦେଶ ତମାମ୍‍୍‍ ଧୋକରା ଦିବସ ପାଳନ କରାଯାଇଛି। ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମୁଖ୍ୟ ଶାଖା ନିକଟରେ ଖୋର୍ଦ୍ଧା ଜିଲ୍ଲା ଆପ୍‍ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ଦୁଇଟି ବଡ ନୋଟ୍‍ ଅଚଳ କରି ଦେଶବାସୀଙ୍କ ସହ ଧୋକା ଦେଇଥିବା ଆପ୍‍ ଅଭିଯୋଗ କରିଛି।

ଆପ୍‍ ନେତା ନିଶିକାନ୍ତ ମହାପାତ୍ର କହିଛନ୍ତି, “ନୋଟବନ୍ଦୀ କରି କେନ୍ଦ୍ର ସରକାର ଦମ୍ଭୋକ୍ତି ଦେଖାଇଥିଲେ। କଳା ଟଙ୍କା ଉପରେ ଲଗାମ୍‍ ଲାଗିବା ସହ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲାଗିବ ବୋଲି କହିଥିଲେ।  ମାତ୍ର ଦକ୍ଷିଣ ଏସିଆ ଆତଙ୍କବାଦ ପୋର୍ଟାଲ ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬୪୯ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏହାସହ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ବିମୁଦ୍ରୀକରଣ ବିଫଳ ହୋଇଛି।”

ଆପ୍‍ ପକ୍ଷରୁ ଆଜି ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାପାଳଙ୍କ ଅଫିସ୍‍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଅର୍ଥ ବ୍ୟବସ୍ଥାର ଏକ ଶବ ଶୋଭାଯାତ୍ରା କରାଯାଇଛି।

Comment