(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଦେଶ ତମାମ୍‌ ଆଜି କଂଗ୍ରେସ ପକ୍ଷରୁ କଳା ଦିବସ ପାଳନ କରାଯାଇଛି। ଏପଟେ ଭୁବନେଶ୍ବରରେ ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି କଳା ଦିବସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି ରାଲି ଏବଂ ପ୍ରତିବାଦ ସଭା। କଂଗ୍ରେସଭବନରୁ ବାହାରିଥିବା ରାଲି ରାମ ମନ୍ଦିର, ହାଉସିଂ ବୋର୍ଡ ଦେଇ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। କଂଗ୍ରେସ କର୍ମୀମାନେ ହାତରେ ବ୍ୟାନର ଧରି ବିମୁଦ୍ରାକରଣ ଓ ବିଜେପି ସରକାର ବିରୋଧରେ ସ୍ଲୋଗାନ୍ ଦେଇଥିଲେ।

ପ୍ରସାଦ ହରିଚନ୍ଦନ କହିଛନ୍ତି, “ବିମୁଦ୍ରାକରଣ ଦେଶ ଅର୍ଥନୀତିକୁ ରସାତଳଗାମୀ କରିଦେଇଛି। ଦେଶର ବ୍ୟବସା଼ୟ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ଏବଂ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ମାତ୍ର ବଡ଼ ବଡ଼ କମ୍ପାନି ବିଶେଷ ଲାଭବାନ୍ ହୋଇଛନ୍ତି।”

ଓଡ଼ିଶା ପ୍ରଭାବରୀ ବି କେ ହରିପ୍ରସାଦ କହିଛନ୍ତି, “ବିମୁଦ୍ରାକରଣ ନିଷ୍ପତ୍ତି ଦେଶର ଗରିବ, ଖଟିଖିଆ ଓ ଦିନ ମଜୁରିଆଙ୍କ ପାଇଁ ଦୁଃଖ ଆଣିଛି। ଦେଶରେ ଆତଙ୍କବାଦ ସମସ୍ୟା ବଢ଼ିଛି। ୨୦୦ ଟଙ୍କିଆ ନୋଟ ପ୍ରଚଳନ କରିବା ଫଳରେ କଳାଧନ ହୁ ହୁ ହୋଇ ବଢ଼ି ଚାଲିଛି।”

କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ବର ସମେତ ୩୩ଟି ସାଙ୍ଗଠନିକ ଜିଲ୍ଲାରେ ପ୍ରତିବାଦ କରାଯାଇଛି। ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି ମଧ୍ୟ କରାଯାଇଛି।

 

Comment