(ଓଡ଼ିଶାଲାଇଭ୍‌ ବ୍ୟୁରୋ)

କୁନ୍ଦୁଲି ଘଟଣାରେ ପୁଣି ଟୁଇଷ୍ଟ। ପୀଡ଼ିତାଙ୍କ ସହ କୌଣସି ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ କହିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ ଆଦେଶ।

ପୁଣି ଭିନ୍ନ ମୋଡ଼ ନେଇଛି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା। ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଶନ୍‌ ଅଫ୍‌ ଇନ୍‌କ୍ୱାରି ଆକ୍ଟ-୧୯୫୨ ଅନୁଯାୟୀ ଜଣେ ଜିଲ୍ଲା ଜଜ୍‌ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଏକାସାଙ୍ଗେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୀଡ଼ିତାଙ୍କ ସହ କୌଣସି ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ କହିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନି। ଚିକିତ୍ସା କରିଥିବା ଡାକ୍ତରଙ୍କ ରିପୋର୍ଟ ଆଧାରରରେ ଏଚଆର୍‌ପିସି ଏଡିଜି ଏହି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ପୀଡ଼ିତା ପରିବାର ଆଙ୍ଗୁଳି ଉଠାଇଥିଲେ। ଏହାସହ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଥିଲା। ଯଦି ଗଣଦୁଷ୍କର୍ମ ହୋଇନି ତାହାଲେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ରଖାଯାଇ କାହିଁକି ଚିକିତ୍ସା କରାଯାଉଥିଲା ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହେବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଆଜି ଭିନ୍ନ ମୋଡ଼ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି।

ଅକ୍ଟୋବର ୧୫ ତାରିଖରେ ନାବାଳିକା ଜଙ୍ଗଲ ରାସ୍ତା ଦେଇ ଆସୁଥିବା ବେଳେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତାର ଭାଇ ଯବାନଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଥିଲା। କଂଗ୍ରେସ କୋରାପୁଟରେ ପଦଯାତ୍ରା କରିଥିବା ବେଳେ ରାଜଭବନ ସମ୍ମୁଖରେ ଧାରଣା ଦେଇଛି।

Comment