ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଏବଂ ସୋନପୁର ଜିଲ୍ଲାର ଉଜୁଡ଼ା କ୍ଷେତ ଦେଖିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ। ଚାଷୀଙ୍କୁ ଭେଟି ଆଲୋଚନା କରିବା ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଛନ୍ତି ଶେଖାଓ୍ବତ।

ବରଗଡ଼ ଜିଲ୍ଲାର ଉଜୁଡ଼ା କ୍ଷେତ ଦେଖିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ। ଚିକିଟି ଗାଁର କ୍ଷତିଗ୍ରସ୍ତ ଜମି ବୁଲି ଦେଖିବା ସହ ପ୍ରଭାବିତ ଚାଷୀ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଏହାସହ କଳାପାଣି ଗାଁର ମୃତ ଚାଷୀ ବୃନ୍ଦା ସାହୁ ପରିବାରକୁ ମଧ୍ୟ ଭେଟିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ବର୍ଷିଛନ୍ତି।

ଗଜେନ୍ଦ୍ର ସିଂ ଶେଖାଓ୍ବତ କହିଛନ୍ତି, “ଚକଡ଼ା ପୋକ ଦାଉରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ଏଭଳି ଘଟଣା ଓଡ଼ିଶାରେ ଘଟିଛି। ୧୪ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉଦ୍‌ବେଗଜନକ ରହିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି।”

ବରଗଡ଼ ଜିଲ୍ଲା ଗସ୍ତ କରିବା ପରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ସୋନ୍‌ପୁର ଗସ୍ତରେ ଯାଇଛନ୍ତି। ସୋନପୁର ବ୍ଲକର ମୟୁରଉଡାନ ଗାଁର ମରୁଡ଼ି ଓ ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଛନ୍ତି। ଚଳିତ ଖଣିଫ୍ ଣତୁରେ ଏହି ଗାଁରେ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ମୟୁରଉଡ଼ାନ ଗାଁର ଚାଷୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ପ୍ରଭାବିତ ଚାଷଜମି ବୁଲାଇ ଦେଖାଇଥିଲେ। ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ କୃଷି ୠଣ ଛାଡ଼ କରିବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଥିଲେ। କୃଷି ରାଷ୍ଟ୍ରମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନକୁ ମରାମର୍ଶ ଦେଇଛନ୍ତି।

 

Comment