ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ସାଂସଦଙ୍କଠାରୁ ଟୋଲ୍‌ ଆଦାୟକୁ ନେଇ ଆଜି ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଦେଖାଦେଇଛି ଉତ୍ତେଜନା। ବିଜେପି ସାଂସଦ ସାବିତ୍ରୀ ଠାକୁର ପୁରୀରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ଘଟଣା ଘଟିଥିଲା। ସାଂସଦଙ୍କଠାରୁ ଟୋଲ କର୍ମଚାରୀ ଟିକସ ଆଦାୟ କରିଥିଲେ। ଏହାକୁ ବିରୋଧ କରି ବିଜେପି କର୍ମୀମାନେ ଟୋଲ୍‌ ଗେଟ୍ ନିକଟରେ ଧାରଣା ଦେଇଥିଲେ। ଫଳରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା।

ଓଡ଼ିଶାରେ ଘଟିଥିବା ଫସଲହାନିର କ୍ଷୟକ୍ଷତି ଆକଳନ କରିବା ପାଇଁ ୬ ଜଣିଆ ବିଜେପି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିଛନ୍ତି। ଏହି ଟିମ୍‌ରେ ମଧ୍ୟପ୍ରଦେଶର ବିଜେପି ସାଂସଦ ସାବିତ୍ରୀ ଠାକୁର ସାମିଲ ହୋଇଛନ୍ତି। କେନ୍ଦ୍ରୀୟ ଟିମ୍‌ ସର୍ବାଧିକ କ୍ଷତିଗ୍ରସ୍ତ ବରଗଡ଼, ନୂଆପଡ଼ା, ବୌଦ୍ଧ ଆଦି ଜିଲ୍ଲା ଗସ୍ତ କରି ଫସଲହାନି ଆକଳନ କରିଥିଲେ। ହେଲେ ସାଂସଦ ସାବିତ୍ରୀ ଠାକୁର ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ପୁରୀରୁ ଫେରିବା ବେଳେ ପିପିଲି ଟୋଲ୍‌ ଗେଟ ନିକଟରେ କର୍ମଚାରୀମାନେ ତାଙ୍କୁ ଅଟକାଇ ଟୋଲ୍‌ ଆଦାୟ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Comment