ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ ଜଜ୍‌ଙ୍କ ବଦଳି ପ୍ରତିବାଦରେ ଏହି ଆନ୍ଦୋଳନ ଚାଲିଛି। ଖାଲି ପଡ଼ିଥିବା ଜଜ୍‌ ପଦବୀରେ ନିଯୁକ୍ତ ନଦେଇ ବଦଳି କରାଯାଉଥିବାରୁ ଓକିଲ ସଂଘ ବିରୋଧ କରିଛି। ଗୁରୁବାର ଅପରାହ୍ନରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶା ହାଇକୋର୍ଟରେ ୨୭ ଜଣ ଜଜ୍‌ ରହିବା କଥା। ହେଲେ ୧୮ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ୧୮ ଜଣଙ୍କ ମଧ୍ୟରୁ ଜଣଙ୍କୁ ଏକେ ବଦଳି କରାଯାଇଥିବାରୁ ହାଇକୋର୍ଟରେ ଜଜ୍‌ଙ୍କ ସଂଖ୍ୟା ୧୭କୁ ଖସି ଆସିଛି। ଜଜ୍‌ ନିଯୁକ୍ତି ଦେବା ବଦଳରେ ବଦଳି କରାଯାଉଥିବାରୁ ଓକିଲ ସଂଘ ପ୍ରତିବାଦ କରିଛି।

ଆବଶ୍ୟକ ମୁତାବକ ଜଜ୍‌ ନଥିବାରୁ ହାଇକୋର୍ଟରେ ଅନେକ ମାମଲା ପଡ଼ି ରହିଛି। ଏପରିସ୍ଥଳେ ଜଜ୍‌ଙ୍କ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି।

Comment