ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିବା ପରେ ଇତି ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି। ତେବେ ତାଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି ଏବଂ ତାଙ୍କ  ଉପରେ ଲୋକଙ୍କ ଭରସା ତଥାପି ଆଗଭଳି ରହିଛି। କେବଳ ଲୋକପ୍ରିୟତା ନୁହେଁ ଦେଶର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ଲୋକେ ସନ୍ତୁଷ୍ଟ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ହନିମୁନ୍ ସମୟଟି ଚାଲିଯାଇଛି ସତ, ହେଲେ ତାଙ୍କ ପ୍ରତି ଜନତାଙ୍କ ଭରସାରେ ବିଶେଷ କିଛି ହ୍ରାସ ପାଇନାହିଁ। ପ୍ରାୟ ଦଶଜଣରୁ ନଅଜଣ ଭାରତୀୟ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ସରକାର ଉପରେ ସକାରାତ୍ମକ ମନୋଭାବ ପୋଷଣ କରୁଥିବା ପରିଲକ୍ଷିତ ହୋଇଛି।

ଫେବୃଆରୀ ମାସରେ ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ପ୍ରାୟ ୩ ହଜାର ବଛାବଛା ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଉଙ୍କି ମାରିବା ଭଳି ପ୍ରଶ୍ନ ପଚରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ମୋଦିଙ୍କ ଲୋକପ୍ରିୟତା ହାସଲ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିନାହିଁ, ବରଂ ସମଗ୍ର ଦେଶରେ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଲୋକେ।

ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ଭଳି ଦକ୍ଷିଣ ରାଜ୍ୟମାନଙ୍କରେ ୧୦ରୁ ୯ ଜଣ ଭରସା ତାଙ୍କ ପ୍ରତି ଭରସା ରଖିଥିବା ବେଳେ ପଶ୍ଚିମ-ଭାରତ ରାଜ୍ୟ ଯଥା ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ସେହି ପରିମାଣର ଲୋକେ ସେମାନଙ୍କ ଭରସା ପ୍ରକଟ କରିଛନ୍ତି।

ପୂର୍ବ ଭାରତରେ ସାମାନ୍ୟ କମ

ଏଣେ ପୂର୍ବ ଭାରତୀୟ ରାଜ୍ୟ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମୋଦିଙ୍କ ପ୍ରତି ୧୦ରୁ ୮ ଜଣ ଭରସା ରଖିଛନ୍ତି। ସେହିଭଳି ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ପ୍ରତି ୧୦ ଜଣ ଭିତରେ ୮ ଜଣ ମୋଦିଙ୍କୁ ଭଲ ପାଉଥିବା ଏହି ସର୍ଭେରୁ ଜଣାପଡିଛି।

୨୦୧୫ ପରଠାରୁ ମୋଦିଙ୍କ ଲୋକପ୍ରିୟତା କ୍ଷେତ୍ରରେ ଉତ୍ତର-ଭାରତରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିବା ବେଳେ ଦକ୍ଷିଣ ରାଜ୍ୟରେ ତାଙ୍କ ଲୋକପ୍ରିୟତା ବଢ଼ିଛି। ପୂର୍ବ-ଭାରତର ଲୋକେ ତାଙ୍କୁ ୨୦୧୫ ତୁଳନାରେ କମ୍‍ ପସନ୍ଦ କରିଛନ୍ତି।

ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ଲୋକପ୍ରିୟତା ପ୍ରସଙ୍ଗରେ ନରେନ୍ଦ୍ର ମୋଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁତ ଆଗରେ ଅଛନ୍ତି।

ସୋନିଆରାହୁଲ ବହୁତ ପଛର

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ତୁଳନାରେ ମୋଦିଙ୍କ ଲୋକପ୍ରିୟତା ୩୧ ପ୍ରତିଶତ ଅଧିକ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ତୁଳନାରେ ୩୦ ପ୍ରତିଶତ ଆଗରେ ରହିଛି।ମୋଦିଙ୍କ ପ୍ରତି ୮୮ ପ୍ରତିଶତ ଲୋକ ଭରସା କରୁଥିବା ବେଳେ ସୋନିଆଙ୍କ ପ୍ରତି ୫୭ ଓ ରାହୁଲଙ୍କ ପ୍ରତି ୫୮ ପ୍ରତିଶତ ଲୋକ ଭରସା ରଖୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାତ୍ର ୩୯ ପ୍ରତିଶତ ଲୋକ ସମର୍ଥନ କରୁଥିବା ଏହି ସର୍ଭେରୁ ଜଣା ପଡିଛି।

ବିଜେପି ଆଗେରେ, କଂଗ୍ରେସ ତା’ ପଛକୁ

ଯଦି ଦଳର ଲୋକପ୍ରିୟତା କଥା ଆମେ ଆଲୋଚନା କରିବା, ମୋଦିଙ୍କ ନେତୃତ୍ୱରେ ଚାଲିଥିବା ବିଜେପି ଅନ୍ୟ ଦଳଠାରୁ ଢେର ଅଗରେ ରହିଛି। ୮୪ ପ୍ରତିଶତ ଲୋକ ବିଜେପି ଉପରେ ଭରସା ରଖୁଥିବା ବେଳେ ୫୯ ପ୍ରତିଶତ ଲୋକ କଂଗ୍ରେସକୁ ପସନ୍ଦ କରୁଛନ୍ତି। ଠିକ୍ ସେହିଭଳି ଭାରତର ରାଜନୀତିରେ ନୂଆ ପ୍ରବେଶ କରିଥିବା ଆମ ଆଦମୀ ପାର୍ଟିକୁ ୩୪ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି।

Comment