ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗରେ ଲାଗିଥିଲା ସ୍ପା ହୋର୍ଡିଂ। ହେଲେ ଭିତରେ ଚାଲିଥିଲା ଦେହ ବେପାର। ଆଜି ଏହାର ପରଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସାମିଲ୍‌ ୩ ବିଦେଶିନୀ କଲ୍‌ ଗାର୍ଲ ମଧ୍ୟ ପୋଲିସ ପଞ୍ଝାରେ ପଡ଼ିଛନ୍ତି।

ଖାରବେଳନଗରରେ ସ୍ପା ନାଁରେ ଚାଲିଥିବା ସେକ୍ସ ରାକେଟ ଉପରୁ ପରଦା ହଟିଛି। ଆଉ ଏହି ରାକେଟରେ ୫ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ବିଦେଶିନୀ କଲ୍‌ ଗାର୍ଲ। ଏହି ୩ ବିଦେଶିନୀ ଥାଇଲାଣ୍ଡର ବୋଲି ପୋଲିସ କହିଛି।

ରାଜଧାନୀ ଭୁବନେଶ୍ବରରେ ବିଦେଶିନୀଙ୍କୁ ନେଇ ସେକ୍ସ ରାକେଟ ଚଳାଇବା କିଛି ନୂଆ କଥା ନୁହେଁ। କାରଣ ଏହା ପୂର୍ବରୁ ଚନ୍ଦ୍ରଶେଖରପୁର ଏବଂ ଖାରବେଳନଗର ଅଞ୍ଚଳରୁ ସେକ୍ସ ରାକେଟ ଧରା ପଡ଼ିଥିଲା।

ଖାରବେଳ ନଗରରେ ଦେହ ବ୍ୟବସାୟ ଚାଲିଥିବା ପୋଲିସକୁ ଖବର ମିଳିଥିଲା। ପରଦାଫାଶ କରିବା ପାଇଁ ପୋଲିସ ସତର୍କତାର ସହ ପଦକ୍ଷେପ ନେଇଥିଲା। ଜଣେ ପୋଲିସ ଅଫିସର ଗ୍ରାହକ ସାଜି ସ୍ପାକୁ ଯାଇଥିଲେ। ତେବେ ଗ୍ରାହକଙ୍କୁ ଯେମିତି ବ୍ୟବହାର କରାଯିବା କଥା ଏହି ସ୍ପାରେ ସେହି ପୋଲିସ ଅଫିସରଙ୍କୁ ସେମିତି ବ୍ୟବହାର କରାଯାଇଥିଲା। ପରେ ଆଜି ପୋଲିସ ପକ୍ଷରୁ ସ୍ପା ଉପରେ ରେଡ କରାଯାଇଥିଲା।

୫ ଜଣ ଦେହଜୀବୀଙ୍କ ସମେତ ୨ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି। ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ।

ବିଦେଶିନୀ କଲ ଗାର୍ଲଙ୍କୁ ଓଡ଼ିଶାକୁ କିଏ ଆଣିଲା ତାକୁ ନେଇ ପୋଲିସ ଖୋଳତାଡ଼ କରିଛି। କୁହାଯାଉଛି ଏହି ସ୍ପାକୁ କୁଆଡ଼େ ବହୁ ହାଇପ୍ରୋଫାଇଲ୍‌ ଗ୍ରାହକମାନେ ଆସୁଥିଲେ। ତେବେ କାହା ଛତ୍ରଛାୟା ତଳେ ରାଜଧାନୀରେ ଏହି ହାଇପ୍ରୋଫାଇଲ୍‌ ସ୍ପା ଚାଲିଥିଲା ତାକୁ ନେଇ ଚର୍ଚ୍ଚା ହେଉଛି।

Comment