ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ପୁଣି ତୁତୁ ମେମେ। ଓଡ଼ିଶା ସରକାର ଦେଇଥିବା ଏମ୍‌ଏସ୍‌ପି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ଆଗ୍ରାହ୍ୟ କରିଛନ୍ତି। ଏହାକୁ ନେଇ ବିଜେଡି ଆଜି ପ୍ରେସମିଟ୍‌ରେ କେନ୍ଦ୍ର ଉପରେ ବର୍ଷିଛି। କେନ୍ଦ୍ର ସରକାର କୃଷକ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ବିଜେଡି କହିଛି।

ଧାନକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଲାଗିଛି କଳି। ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିଲେ ପ୍ରସ୍ତା। ହେଲେ ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଡେପୁଟି ଇକୋନୋମିକ ଆଡଭାଇଜର। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ବିଧାନସଭାର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏମ୍‌ଏସ୍‌ପି ବୃଦ୍ଧିକୁ ନେଇ ରାଜ୍ୟ ସରକାର କରୁଥିବା ଦାବି ଯଥାର୍ଥ ନୁହେଁ ବୋଲି ଚିଠିରେ ଉଲ୍ଲେଖ ରହିଛି।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି। ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ କରି ବିଜେଡିର ଆଭିମୁଖ୍ୟକୁ ନିନ୍ଦା କରିଛି।

ରୋହିତ ପୂଜାରୀ କହିଛନ୍ତି, “ଏମ୍‌ଏସ୍‌ପି ଦେଢ଼ଗୁଣା ବଢ଼ାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ। ହେଲେ କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ପୂରା କରି ନାହାନ୍ତି। ଧାନ ଓଡ଼ିଶାର ପ୍ରମୁଖ ଚାଷ ହୋଇଥିଲେ ମଧ୍ୟ କେନ୍ଦ୍ର ଉପଯୁକ୍ତ ମୂଲ୍ୟ ଦେଉନି।”

ବିଜେଡି କହିଛି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ଖାରଜ କରି କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରିଛନ୍ତି। ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି କରିବାକୁ ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା। ଏ ସମ୍ପର୍କରେ ବିଚାର କରିବା ପାଇଁ ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କୁ କହିଥିଲେ। ହେଲେ କେନ୍ଦ୍ର କୃଷକ ମନ୍ତ୍ରାଳୟ ଏହାକୁ ଖାରଜ କରି ଦେଇ ଓଡ଼ିଶାର ଚାଷୀଙ୍କୁ କୁଠାରଘାତ କରିଛନ୍ତି।

ବିଜେଡି ବିଧାୟକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, “ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଚରମ ଉପହାସ କରିଛି। କେନ୍ଦ୍ର ସରକାରଙ୍କ ଏହି ଅଚରଣକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ। ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ।

 

 

Comment