ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅନୁଷ୍କାଙ୍କୁ ଡାଏମଣ୍ଡ ମୁଦି ଉପହାର ଦେଇଛନ୍ତି ବିରାଟ
  • ମୁଦିର ଦାମ୍‌ ୧ କୋଟି ଟଙ୍କା
  • ଅଷ୍ଟ୍ରିୟା କାରିଗର କରିଥିଲେ ମୁଦି ଡିଜାଇନ୍

କ୍ରିକେଟିୟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଶାହାନାଇ ଇଟାଲୀରେ ବାଜି ସାରିଛି। ଉଭୟ ସେଲିବ୍ରିଟି ଏପର୍ଯ୍ୟନ୍ତ ଭାରତକୁ ଫେରି ନଥିଲେ ମଧ୍ୟ ସେମାନଙ୍କ ବାହାଘର ସମ୍ପର୍କରେ ରୋଚକ ତଥ୍ୟ ପଦାକୁ ଆସୁଛି। ବିରାଟ-ଅନୁଷ୍କାଙ୍କ ବାହାଘର ଚର୍ଚ୍ଚାରେ ରହିବା ପରେ ଏବେ ଅନୁଷ୍କାଙ୍କ ଡାଏମଣ୍ଡ ମୁଦିକୁ ନେଇ ଚର୍ଚ୍ଚା ବଢ଼ିଛି।

ଅନୁଷ୍କା ତାଙ୍କ ବାମ ହାତର ମଝି ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି। ବିରାଟ ଏହି ମୁଦି ବାହାଘରର ଦୁଇଦିନ ପୂର୍ବରୁ ଅନୁଷ୍କାଙ୍କୁ ଉପହାର ଦେଇଥିବା କୁହାଯାଉଛି। ହେଲେ ଏହି ମୁଦିକୁ ନେଇ ଏବେ ଉଭୟ ବଲିଉଡ ଏବଂ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନୁଷ୍କା ପିନ୍ଧିଥିବା ମୁଦିର ଦାମ୍‌ ହେଉଛି ୧ କୋଟି ଟଙ୍କା। ଖାସ୍‌ ବାହାଘରରେ ଉପହାର ଦେବା ପାଇଁ ବିରାଟ ଏହି ମୁଦିକୁ କିଣିଥିଲେ।

ମୁଦି ଖୋଜିବା ପାଇଁ ବିରାଟଙ୍କୁ ୩ ମାସ ସମୟ ଲାଗିଥିଲା। ମୋଦିର ଡିଜାଇନ୍ କିପରି ହେବ ତାକୁ ନେଇ ବିରାଟ ଚିନ୍ତାରେ ପଡ଼ିଥିଲେ। ଶେଷରେ ଅଷ୍ଟ୍ରିୟାର ଜଣେ କାରିଗର ଅନୁଷ୍କାଙ୍କ ପାଇଁ ମୁଦି ଡିଜାଇନ୍ କରିଥିଲେ। ଏହି ମୁଦିରେ ଅନ୍ୟକୁ ଚମକାଇବା ଭଳି ଉପାଦାନ ଖଚିତ ହୋଇଛି। ଏହି ମୁଦିକୁ ଯେତେ ଥର ଦେଖିବେ ତାର ଡିଜାଇନ୍ ପ୍ରତି ଥର ନୂଆ ନୂଆ ଲାଗିବ।

Comment