ଓଡ଼ିଶାଲାଇଭ୍‍ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱାତ ଏବେ ଘୋର ଆର୍ଥିକ ବୋଝ ଦେଇ ଗତିକରୁଥିବା ପରିଲକ୍ଷିତ ହୋଇଛି। ବିଗତ କିଛି ସମୟ ଧରି ଏହି ଷ୍ଟାର ଜଣକ ଅସୁବିଧାରେ ଜୀବନ କାଟୁଛନ୍ତି। ଏକେ ତ ବଲିଉଡରେ ତାଙ୍କୁ କାମ ମିଳୁନାହିଁ। ଏଣେ ସେ ଯେଉଁ ଘରେ ରହୁଥିଲେ ସେହି ଘରମାଲିକ ତାଙ୍କୁ ଘରୁ ବାହାର କରିଦେଇଛନ୍ତି।

ଖବର ମିଳିଛି ତାଙ୍କୁ ଓ ତାଙ୍କର ଜଣେ ବୟଫ୍ରେଣ୍ଡଙ୍କୁ ପ୍ୟାରିସରେ ଏକ ଆପାର୍ଟମେଣ୍ଟରୁ ନିକାଲି ଦିଆଯାଇଛି। ବିବିସିର ରିପୋର୍ଟ ଅନୁସାରେ ମଲ୍ଲିକା ଓ ତାଙ୍କ ବୟଫ୍ରେଣ୍ଡ ଯେଉଁ ଘରେ ଭଡ଼ା ନେଇ ରହୁଥିଲେ, ସେହି ଘରର ଭଡ଼ା ୮୦ ହଜାର ୟୁରୋ ଅର୍ଥାତ ୬୪ ଲକ୍ଷ ଟଙ୍କା ହୋଇଯାଇଥିଲା।

ମଲ୍ଲିକାଙ୍କ ଓକିଲ କହିଛନ୍ତି କୌଣସି କାମ ହାତରେ ନ ଥିବାରୁ ଉଭୟେ ଅନଟନ ଦେଇଚାଲିଛନ୍ତି। କହିରଖୁ ଯେ ଗତବର୍ଷ ନଭେମ୍ବର ମାସରେ ୩ ଜଣ ଦୁର୍ବୃତ୍ତ ମଲ୍ଲିକାଙ୍କୁ ମାଡ଼ମାରି ତାଙ୍କଠାରୁ ସବୁ ଲୁଟି ନେଇଥିଲେ। ଏହା ପରଠାରୁ ସେ ରାୱାତଙ୍କ ପାଖରେ ଅର୍ଥ ନ ଥିଲା, ଯାହାଫଳରେ ସେ ଘରଭଡ଼ା ଦେଇପାରିନଥିଲେ।

Comment