ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗମ ଅଞ୍ଚଳବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ହେଲିକପ୍ଟର ମାଧ୍ୟମରେ ସେମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର କରିଛନ୍ତି ଯୋଜନା।

ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କେନ୍ଦ୍ର ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ରେଳ ଓ ସଡ଼କ ପଥର ସୁବିଧା ନଥିବା ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସ୍ୱାସ୍ଥ୍ୟସେବା।  ଲୋକଙ୍କୁ ହେଲିକପ୍ଟର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ସରକାର ୮୦ରୁ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବେ।

ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏହି ସେବା ଯୋଗାଇ ଦିଆଯିବ। ଆସାମର ସିଲଂ, ଇମ୍ପାଲ ବ୍ୟତୀତ ଅନ୍ୟ ୬ଟି ରାଜ୍ୟରେ ଏଭଳି ସ୍ୱାସ୍ଥ୍ୟସେବା କେନ୍ଦ୍ର ସରକାର ଯୋଗାଇ ଦେବେ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସହ  ହେଲିକପ୍ଟରରେ ଆସି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବେ। ହେଲିକପ୍ଟର ପବନହଂସରେ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ଖର୍ଚ୍ଚ ହେବ ମାସକୁ ୧କୋଟି ୮୭ଲକ୍ଷ ଟଙ୍କା।

LEAVE A REPLY

Please enter your comment!
Please enter your name here