ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳନ ଓ ଖନନ କରିଥବା ସଂସ୍ଥାଗୁଡିକଠାରୁ ଜରିମାନା ଆଦାୟ ସମୟସୀମା ଶେଷ ହୋଇଛି। ରାଜ୍ୟର ମୋଟ୍ ୧୫୨ଜଣ ବେଆଇନ ଖଣି ଉତ୍ତୋଳନକାରୀଙ୍କଠାରୁ ୧୭ ହଜାର ୫୦୦କୋଟି ଟଙ୍କା ଜରିମାନା ଅଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଆଦାୟର ଶେଷ ତାରିଖ ଥିଲା ୨୦୧୭ ଡିସେମ୍ବର ୩୧ତାରିଖ। ମାତ୍ର ନିର୍ଦ୍ଧାରିତ ସୀମା ମଧ୍ୟରେ ୮୨୬୦ କୋଟି ଟଙ୍କା ଦାଖଲ ହୋଇଛି।
୭୦ଟି ବେଆଇନ ଖଣି ବାବଦରେ ଏହି ଅର୍ଥ ଅଦାୟ ହୋଇଛି। ଜରିମାନା ପୈଠ କରିନଥିବାରୁ ରାଜ୍ୟ ଖଣି ବିଭାଗ ୭ଖଣି ବନ୍ଦ କରିଦେଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ନିକଟରେ ରାଜ୍ୟ ସରକାର ୪ ତାରିଖରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ।
ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଜରିମାନା ଦାଖଲ କରି ନଥିବା ୭ଟି କମ୍ପାନିକୁ ବନ୍ଦ କରି ଦେଇଛନ୍ତି। ଏମାନଙ୍କ ଉପରେ ୩ ହଜାର କୋଟି ଟଙ୍କା ଜରିମାନା ବକେୟା ପଡ଼ିଛି। ବନ୍ଦ ହୋଇଥିବା ଖଣିଗୁଡ଼ିକ ହେଲା, ଓଏମଏମର ପାଟକୁମୁଡାରେ ଥିବା ଖଣି, ସିରାଜୁଦ୍ଦିନର ବଲଦା ଖଣି, କର୍ପ ରିସୋର୍ସେସ୍ ରାଇକେଲାଠାରେ ଥିବା ଖଣି, ମେସ୍କୋର ରୋଇଡା, ଏସେଲ୍ ମାଇନଂର କୋଇଡା ଖଣି, ଆଇଡିସିର ରୋଇଡା, ନେସନାଲ ଏଣ୍ଟରପ୍ରାଇଜର୍ସର ରାଇକେଲାଠାରେ ଥିବା ଖଣି।


















