ଓଡ଼ିଶାଲାଇଭ୍‍ ବ୍ୟୁରୋ

ପାଠ ପଢ଼ା ଶେଷ ପରେ କ’ଣ କରିବେ ଛାତ୍ରଛାତ୍ରୀ। ଏହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଅନେକ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଏବେ ସରକାର ଏଦିଗରେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଓଡ଼ିଶା ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି।

ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ୧୦ଟି ବିଶ୍ୱଦ୍ୟାଳୟରେ  କ୍ୟାରିଅର୍ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର ଏ ବାବଦରେ ୯୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ, ଫକୀମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ୧୨.୫୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ।

ସେହିପରି  ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୪.୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏହି ଅର୍ଥ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ଫେବୃଆରୀ ୨୮ ତାରିଖ ସୁଦ୍ଧା  ଦିଆଯିବ। ଏହି ଅର୍ଥ ଅନ୍ୟ କୌଣସି ବାବଦରେ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି।

Comment