ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆତଙ୍କବାଦ ରୋକିବାରେ ପାକିସ୍ତାନର ଛଳନା ଆମେରିକା ଆଗରେ ଧରାପଡ଼ିଯାଇଛି। ଆମେରିକାବାସୀଙ୍କୁ ବୋକା ବନାଇ ନିଜ ଦେଶରେ ଆତଙ୍କବାଦୀକୁ ଆଶ୍ରୟ ଓ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଆମେରିକା ସହାୟତା ବନ୍ଦ କରିଦେଇଛି। ୧୬୧୭.୩୩ କୋଟି ଟଙ୍କାର ସାମରିକ ସହାୟତାକୁ ଆମେରିକା ବନ୍ଦ କରିଦେଇଥିବାରୁ ଏହା ପାକିସ୍ତାନକୁ ଶକ୍ତ ଚାପୁଡ଼ା ବୋଲି ବିଶ୍ୱ ସମୁଦାୟରେ ଚର୍ଚ୍ଚା ହେଉଛି। ନିଜ ମାଟିରେ ସକ୍ରିୟଥିବା ଆତଙ୍କବାଦୀକୁ ଦମନ କରିବାରେ ପାକିସ୍ତାନର  କାର୍ଯ୍ୟକଳାପ ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକା ସ୍ପଷ୍ଟ କରିଦେଇଛି।

ୱାଶିଂଟନ୍ ଦୀର୍ଘ ୧୫ ବର୍ଷ ହେବ ଇସଲାମବାଦକୁ ସାମରିକ ସହାୟତା ଦେଇଆସୁଛି। କିନ୍ତୁ ଆତଙ୍କବାଦିଙ୍କୁ ସହାୟତା ଓ ପ୍ରୋତ୍ସାହନ ଦେବାରେ ପାକିସ୍ତାନ ହେଳା କରିନାହିଁ। ବିଶ୍ୱରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟରୁ ଅନେକ ଆତଙ୍କବାଦୀ ପାକିସ୍ତାନରୁ ସହାୟତା ଓ ପ୍ରୋତ୍ସାହନ ପାଉଥିବା ଆମେରିକାର ଗୁଇନ୍ଦା ସଂସ୍ଥା ଜାଣିପାରିଛି।

ଗତ ୧୫ ବର୍ଷ ମଧ୍ୟରେ ଆମେରିକା ୩୩୦୦କୋଟି ଡଲାର ସାମରିକ ସହାୟତା ଦେଇସାରିଛି। ଆଫଗାନିସ୍ତାନରେ ଆତଙ୍କବାଦୀକୁ ନିପାତ କରିବା ପାଇଁ ଆମେରିକା ଗ୍ରହଣ କରିଛି କଠୋର ପଦକ୍ଷେପ। କିନ୍ତୁ ସେମାନଙ୍କୁ ପାକିସ୍ତାନ ସୁରକ୍ଷା ଦେଉଥିବା ସ୍ପଷ୍ଟ ହୋଇଯାଇଛି। ଆଗାମୀ ଦିନରେ ପାକିସ୍ତାନକୁ କୌଣସି ସହାୟତା ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଇସଲାମବାଦକୁ ଶକ୍ତ ଧକ୍କା ଲାଗିଛି। ପ୍ରତିବାଦସ୍ୱରୂପ ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡାଭିଡ ହାଲେଙ୍କୁ ଇସଲାମବାଦ ସମନ ଜାରି କରିଛି।

Comment