ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭଦ୍ରକ ସହର ନିକଟସ୍ଥ ବାରିଘରିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ପ୍ରଧାନ ଶିକ୍ଷୟିତ୍ରୀ ଅଭୟ ପ୍ରଧାନ ୮,୨୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଗିରଫ କରି ଭିଜିଲାନ୍ସ କର୍ମଚାରୀମାନେ କୋର୍ଟ ଚାଲାଣ କରିଛନ୍ତି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇଥିବା ମୀନାରାଣୀଙ୍କୁ ବିଦାନ୍ତଙ୍କଠାରୁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ସ୍ପଷ୍ଟ ଦିବାଲୋକରେ ୮,୨୦୦ଟଙ୍କା ଲାଞ୍ଚ ନେଇଥିଲେ।

ମୀନାରାଣୀ କହିଛନ୍ତି ଯୋଗାଇଥିବା ପୋଷାକ ବାବଦରେ ସେ ୨୬,୮୦୦ଟଙ୍କା ପାଇବାର ଥିଲା। ଏହି ବକେୟା ଟଙ୍କା ପାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ବାଧ୍ୟ ହୋଇ ମୀନାରାଣୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭଦ୍ରକ ଭିଜିଲାନ୍ସ ଡିଏସ୍ପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସବିତା ବେହେରା, ତପନ ଦାସ, ଅନିରୁଦ୍ଧ ନାୟକ, ମହିଳା ଏସ୍ଆଇ ଏଏସ୍ ଭୋଳ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାବୁ କରିଥିଲେ।

Comment