ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ
  • ନାମାଙ୍କନର ଶେଷ ତାରିଖ ୭ ଫେବୃଆରୀ
  • ତ୍ରିପୁରାରେ ୧୮ ଫେବୃଆରୀ, ମେଘାଳୟ ଓ ତ୍ରିପୁରାରେ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ

ବାଜିଲା ନିର୍ବାଚନ ବିଗୁଲ। ଉତ୍ତର-ପୂର୍ବ ୩ଟି ରାଜ୍ୟ ମେଘାଳୟ, ତ୍ରିପୁରା ଓ ନାଗାଲ୍ୟାଣ୍ଡ୍ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହି ୩ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଏ.କେ.ଜ୍ୟୋତି କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ୧୮ ଫେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମେଘାଳୟ ଓ ତ୍ରିପୁରାରେ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ୩ ମାର୍ଚ୍ଚକୁ ଫଳାଫଳ ଘୋଷଣା କରାଯିବ। ନାମାଙ୍କନର ଶେଷ ତାରିଖ ୭ ଫେବୃଆରୀ ରହିଛି। ଆଜିଠାରୁ ଉପରୋକ୍ତ ତିନି ରାଜ୍ୟରେ ନିର୍ବାଚନ ଆଚାରସଂହିତା ଲାଗୁ ହୋଇଯାଇଛି।

ଏହି ୩ଟି ରାଜ୍ୟରେ ୬୦ ଟି ଲେଖାଏଁ ଆସନ ରହିଛି। ମେଘାଳୟରେ କଂଗ୍ରେସ, ତ୍ରିପୁରାରେ ବାମ ମେଣ୍ଟ, ଓ ନାଗାଲାଣ୍ଡରେ ନାଗା ପିପୁଲ୍ସ ଫ୍ରଣ୍ଟ୍ ସରକାରରେ ଅଛି। ଏହି ୩ଟି ରାଜ୍ୟରେ ବିଜେପି କଡା ଚ୍ୟାଲେଞ୍ଜ୍ ହେବ ବୋଲି ଆଶା କରାଯାଉଛି। ଏହି ନିର୍ବାଚନ ପରେ କର୍ଣ୍ଣାଟକ, ଛତିଶଗଡ ଓ ରାଜସ୍ଥାନ ଭଳି ବଡ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ବର୍ତ୍ତମାନ କେବଳ ୫ଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ଥିବାବେଳେ ବିଜେପି ୧୯ଟି ରାଜ୍ୟ ଶାସନ କରୁଛି।

Comment