ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଟିସି ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅବତରଣ କରିବାରେ ସେନା ଅଧିକାରୀ ପ୍ରତିବନ୍ଧକ ସୃଷ୍ଟି କରିବାରୁ ବିବାଦ ସୃଷ୍ଟି ହୋଇଛି।

ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କ ହେଲିକପ୍ଟରକୁ ଡେରାଡୁନର ଜିଟିସ ହେଲିପ୍ୟାଡରେ ଅବତରଣ କରିବାକୁ ସେନା ଅନୁମତି ଦେଲାନି। ଏପରିକି ପଡ଼ିଆରେ ଟିଣ ଡ୍ରମ ରଖିଦେଇଥିଲେ ସେନାର କିଛି କର୍ମଚାରୀ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ସେନା କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହେଲିକପ୍ଟରରେ ଯାଉଥିଲେ। ତାଙ୍କ ହେଲିକ୍ପଟରଟି ସେନା କ୍ୟାମ୍ପ ଭିତରେ ଥିବା ଜିଟିସି ପଡ଼ିଆରୁ ଉଡ଼ାଣ ଆରମ୍ଭ କରିବାର ଥିଲା। ହେଲେ ସେହି ପଡ଼ିଆରେ ସେନାର ଜଣେ ଅଧିକାରୀ ନିଜ ଗାଡ଼ି ରଖି ହେଲିକପ୍ଟରର ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜାଣିବା ପରେ ସେନା ଅଧିକାରୀ ପଡ଼ିଆରୁ ଗାଡ଼ି ହଟାଇ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ଭରିଥିଲା।

ଯେତେବେଳେ ହେଲିକପ୍ଟରଟି ଅବତରଣ କରିବାକୁ ଆସିଥିଲା ସେତେବେଳେ ସେନାର କିଛି ଅଧିକାରୀ ଦୁଇଟି ଟିଣ ଡ୍ରମ ହେଲିପ୍ୟାଡରେ ରଖିଥିଲେ। ପରେ ହେଲିକପ୍ଟରଟି ଅନ୍ୟ ସ୍ଥାନରେ ଅବତରଣ କରିଥିଲା।

Comment