ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରର ମୋତିହାରି ନିକଟରେ ଗୁରୁବାର ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମୁଜାଫରପୁରରୁ ଦିଲ୍ଲୀ ଆସୁଥିବା ଘରୋଇ ବସ୍‌ଟି ମୋତିହାରି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା ପରେ ନିଆଁ ଲାଗି ଯାଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କୁ ଉଦ୍ଧାର କରାଯାଉଛି।

ବସ୍‌ରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମିଶାଇ ମୋଟ ୩୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସ୍ଥାନୀୟ ପୋଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଉଛି।

ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହି ଦୁର୍ଘଟଣାକୁ ସେ ଦୁର୍ଭାଗ୍ୟଜନକ କହିଛନ୍ତି। ବସ୍‌ରେ ଥିବା ଏସି ଯୋଗୁଁ ନିଆଁ ଲାଗିଥିବା ସେ କହିଛନ୍ତି।

Comment