ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଟେଲ୍‌ କିମ୍ବା ରେସ୍ତୋରାଁରେ ମାଂସ ଖାଉଥିଲେ ସାବଧାନ ହୋଇଯାନ୍ତୁ। ଚିକେନ୍‌ ଓ ମଟନ ନାଁରେ ବଜାରରେ ମିଳୁଛି କୁକୁର ଓ ବିଲେଇ ମାଂସ।

ଆପଣଙ୍କୁ କିଏ ଯଦି କୁହେ କି ଚିକେନ ଓ ମଟନ ବଦଳରେ କୁକୁର ଏବଂ ବିଲେଇ ମାଂସ ପରଷା ଯାଉଛି ଏହା ଶୁଣି ଆପଣଙ୍କ ଶରୀରରୁ ଝାଳ ବୋହିଯିବ ନିଶ୍ଚୟ।

ପଶ୍ଚିମବଙ୍ଗର ରାଜଧାନୀ କୋଲକତାର ରାଜା ବଜାରରେ ଥିବା ଏକ ବରଫ ଫ୍ୟାକ୍ଟ୍ରି ଉପରେ ଚଢାଉ ବେଳେ ଏମିତି କିଛି ତଥ୍ୟ ପଦାକୁ ଆସିଛି, ଯାହା ଦେଖିଲେ ଲୋମଟାଙ୍କୁରି ଉଠିବ।

ଉକ୍ତ ବରଫ ଫ୍ୟାକ୍ଟ୍ରିରେ ମୃତ ପଶୁଙ୍କ ମାଂସକୁ ପ୍ରୋସେସିଂ କରାଯାଇ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟକୁ ପଠାଯାଉଛି। ଫ୍ୟାକ୍ଟ୍ରିରେ ଚଢାଉ ପରେ ପାଖାପାଖି ୨୦ଟନ୍‌ ମାଂସ ଜବତ କରାଯାଇଛି। ଯାହା ମୃତ ପଶୁଙ୍କର ବୋଲି ଜଣାପଡ଼ିଛି।

ଏହିଭଳି ଭାବେ ମୋଟ ୧ ହଜାର ପ୍ୟାକେଟ ପ୍ରସ୍ତୁତ କରି ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ଯୋଗାଣ କରାଯିବାକୁ ରଖାଯାଇଥିଲା। ଖାସକରି ଝାଡ଼ଖଣ୍ଡ, ଓଡ଼ିଶା ଓ ବିହାର ଭଳି ପଡୋଶୀ ରାଜ୍ୟକୁ ଏହି ମାଂସ ସପ୍ଲାଇ କରିବାକୁ ରଖାଯାଇଥିଲା।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାଣିଜ୍ୟ ନଗରୀ କୋଲକତାରେ ଗତକିଛି ଦିନ ମଧ୍ୟରେ ମାଛ ଓ ପନିପରିବା ବିକ୍ରିରେ ଆଶାତୀତ ବୃଦ୍ଧି ହୋଇଥିବାବେଳେ ହୋଟେଲରେ ଚିକେନ୍ ଓ ମଟନ୍ ଚାହିଦା ହଠାତ କମିଯାଇଛି।

ପୂର୍ବ ଭାରତ ହୋଟେଲ୍ ମହାସଂଘ ବାଧ୍ୟ ହୋଇ ପଞ୍ଜିକୃତ ମାଂସ ଯୋଗାଣକାରୀଙ୍କ ନିକଟରୁ ହିଁ ମାଂସ କିଣିବାକୁ ହୋଟେଲଗୁଡ଼ିକୁ ପରାମର୍ଶ ଦେଇଛି।

ବହୁପୂର୍ବରୁ କୋଲକାତାର ଅଧିକାଂଶ ରେଷ୍ଟୁରାଣ୍ଟରେ କମ ମୂଲ୍ୟରେ କୁକୁର ଓ ବିଲେଇ ମାଂସ କିଣାଯାଇ ଗ୍ରାହକଙ୍କୁ ମଟନ୍ ଚିକେନ୍ ନାଁରେ ବିକ୍ରି କରିବା ଅଭିଯୋଗ ହେଉଛି।

ସପ୍ତାହେ ପୂର୍ବରୁ ମୃତପଶୁଙ୍କ ମାଂସ ବିକ୍ରିକରିବାକୁ ନେଇ ଯାଉଥିବା ବେଳେ ୩ ଜଣ ଗିରଫ ହୋଇଥିଲେ। ସେମାନେ ସ୍ଵୀକାର କରିଥିଲେ ଉକ୍ତ ମାଂସ ହେଉଛି ବୁଲା କୁକୁର ଓ ବିଲେଇଙ୍କର। କିଛିଦିନ ହେବ ଏମିତି ବ୍ୟବସାୟ କରି କିଛି ଲୋକ ଏକ ପ୍ରକାର ଇଣ୍ଡଷ୍ଟ୍ରି ଖୋଲି ସାରିଥିଲେ ବୋଲି ତଦନ୍ତକାରୀ ଦଳ ପ୍ରକାଶ କରିଛନ୍ତି।

Comment