ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଅନେକ ଟେଲି ଆକ୍ଟର କୌଣସି ମେଗା ସିରିଏଲରେ ଅଭିନୟ କରିବା ପରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ଏମାନଙ୍କ ଭିତରୁ କେତେକ ଆକସ୍ମିକ ସେହି ସୋ’ ଛାଡ଼ି ଦିଅନ୍ତି। ସେତେବେଳେ ତାଙ୍କର ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠେ ଯେ କୁଆଡ଼େ ଗଲେ ସେହି ଟେଲି ଅଭିନେତ୍ରୀ ହେଲେ ଆପଣ ଜାଣନ୍ତି କି? ଏମାନଙ୍କ ଭିତରୁ କିଛି ଟେଲି ଅଭିନେତ୍ରୀ ବିବାହ ପରେ ଅଭିନୟ ଛାଡ଼ିଛନ୍ତି।

ଏମିତି କେତେକ ଟେଲି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହ ପାଇଁ ବା ପରିବାର ଲାଗି ଆକ୍ଟିଂ ଛାଡ଼ିଛନ୍ତି। ଆସନ୍ତୁ ନଜର ପକାଇବା, ସେଭଳି କିଛି ଟେଲି ଅଭିନେତ୍ରୀଙ୍କ ଉପରେ-

ଆମ୍‌ନା ସରିଫ୍‌

ରାଜୀବ ଖଣ୍ଡେଲୱାଲଙ୍କ ବିପକ୍ଷରେ ‘କହିଁ ତୋ ହୋଗା’ ମେଗା ସିରିଏଲରେ ନଜର ଆସିଥିଲେ ଟେଲି ଆକ୍ଟର ଆମ୍‌ନା ସରିଫ୍, ଏହା ପରେ ସେ ଘରେ ଘରେ ପରିଚିତା ହୋଇଥିଲେ। ଏହାର ପ୍ରାୟ ଛଅ ବର୍ଷ ପରେ ତାଙ୍କୁ ପୁଣି ‘ହୋଙ୍ଗେ ଜୁଦା ନା ହମ୍’  ସିରିଏଲରେ ଦେଖିବାକୁ ପାଇଥିଲେ ଦର୍ଶକ। ଟେଲି ଆକ୍ଟର ଆମ୍‌ନା ସରିଫ୍  ବିବାହ ପରେ ଟେଲିଭିଜନ୍ ଦୁନିଆଁରୁ ସନ୍ୟାସ ନେଇଛନ୍ତି।

ପଞ୍ଚ ବୋରା

ଆଉ ଜଣେ ଜଣାଶୁଣା ଟେଲି ଆକ୍ଟର ହେଲେ ପଞ୍ଚ ବୋରା। ସେ ବି ବାହା ହେବା ପରେ ଅଭିନୟ ଛାଡ଼ି ଦେଇଛନ୍ତି। ଏହି ଟେଲି ଆକ୍ଟରଙ୍କୁ ଆପଣମାନେ ‘କିତନି ମସ୍ତ ହେ ଜିନ୍ଦେଗି,  ଗଙ୍ଗା ଏବଂ କୟଗତ୍ ଭଳି ମେଗା ଧାରାବାହିକରେ ଦେଖିଛନ୍ତି।

ସୌମ୍ୟା ସେଠ୍

ମେଗା ସିରିଏଲ ‘ନବ୍ୟା… ନୟେ ଧଡ଼କନ୍ ନୟୀ’ ରେ ଟେଲି ଆକ୍ଟର ସୌମ୍ୟା ସେଠ୍ ବନିଥିଲେ ନବ୍ୟା। ଏହି ନାଆଁରେ ସେ ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କୁ ଐତିହାସିକ ଧାରାବାହିକ, ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’ରେ କାରୁବାକି ଭୂମିକାରେ ବି ଦେଖିବାକୁ ପାଇଥିଲେ ଦର୍ଶକ। ବିବାହ ପରେ ସୌମ୍ୟା ଟେଲି ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି। ଏହି ଟେଲି ଆକ୍ଟର ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ ସ୍ୱାମୀଙ୍କ ସହ ରହୁଛନ୍ତି। ସେ ଇତିମଧ୍ୟରେ ମାଆ ବି ହୋଇସାରିଛନ୍ତି।

ମିହିକା ବର୍ମା

ପପୁଲାର୍ ସିରିଏଲ୍ ‘ୟେ ହେ ମୋହବତେଁ’ରେ ମିହିକା ଚରିତ୍ରରେ ନଜର ଆସିଥିଲେ ଟେଲି ଆକ୍ଟର ମିହିକା ବର୍ମା। ସେ ଖୁବ୍ ଲୋକପ୍ରିୟତା ବି ହାସଲ କରିଥିଲେ। ହଠାତ୍ ମିହିକା ନିଜର ବାହାଘର ଖବର ଦେଇ ସମସ୍ତଙ୍କୁ ବିସ୍ମିତ କରିଥିଲେ। ଟେଲି ଆକ୍ଟର ମିହିକା ବର୍ମା ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟଙ୍କୁ ଦିଲ୍ଲୀରେ ବାହା ହୋଇଥିଲେ, ତା’ପରେ ସେ ଅଭିନୟ ଛାଡ଼ି ଦେଇଛନ୍ତି।

ଏକ୍‌ତା କୌଲ୍

‘ରବ୍‌ସେ ସୋନା ଇଶ୍କ୍’ ଓ ‘ମେରେ ଆଙ୍ଗନେ ମେଁ’’ ଭଳି ଟେଲି ସୋ’ରେ ଅଭିନୟ କରି ରାତାରାତି ଷ୍ଟାର୍ ବନିଥିଲେ ଏକ୍‌ତା କୌଲ୍। ଟେଲି ଆକ୍ଟର ଏକତା ବାହା ହେବାର ଯୋଜନା କରି ଟେଲି ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି। ଖାଲି ସେତିକି ନୁହେଁ ସେ ଅଭିନୟ ଜଗତରୁ ବି ଦୂରେଇ ଯାଇଛନ୍ତି।

ସୋନାଲି ବର୍ମା

‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଅକ୍ଷରାଙ୍କ ଶାଶୁ ଭୂମିକା ନିଭାଇଥିଲେ ଟେଲି ଆକ୍ଟର ସୋନାଲି ବର୍ମା। ସେ ଆମେରିକାରେ ରହୁଥିବା ତାଙ୍କ ସ୍ଵାମୀ  ସଚିନ ସଚଦେବାଙ୍କ ସହିତ ଜୀବନ ବିତାଇବାକୁ ସେହି ସୋ’ ଛାଡ଼ିଛନ୍ତି।

Comment