ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥରିଲା ଉତ୍ତର ଭାରତ। ଦିଲ୍ଲୀ ସମେତ ଜାମ୍ମୁ-କାଶ୍ମୀର, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟକା ଲାଗିଛି। ହେଲେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ଉତ୍ତର ଭାରତରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି। ଜାମ୍ମୁ-କାଶ୍ମୀର ସମେତ ପଞ୍ଜାବ ଏବଂ ଦିଲ୍ଲୀ ଏନ୍‌ସିଆର୍ ଅଞ୍ଚଳରେ ବୁଧବାର ଅପରାହ୍ଣ ୪ଟା୧୬ରେ ଭୂମିକମ୍ପର ଝଟକା ଲାଗିଛି। ଫଳରେ ଲୋକେ ଭୟରେ ଘରୁ ଏବଂ ଅଫିସରୁ ବାହାରକୁ ଚାଲି ଆସିଥିଲେ। ଦିଲ୍ଲୀରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା।

ଆଫଗାନିସ୍ତାନ ଏବଂ ପାକିସ୍ତାନରେ ବି ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ରହିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର କାବୁଲଠାରୁ ୧୮୨ କିମି ଦୂର ହିନ୍ଦୁକୋଶରେ ହୋଇଥିବା ଜଣାପଡ଼ିଛି।

ସେହିପରି କାଶ୍ମୀରରେ ଭୂମିକମ୍ପର ତୀବ୍ରତା ୪.୮ ରହିଥିଲା। ହିମାଚଳପ୍ରଦେଶର କୁଲୁ-ମନାଲିରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଛି। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

Comment