ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ୪ ଜଣ କଂଗ୍ରେସ ବିଧାୟକ ଗାଏବ ହୋଇଯାଇଛନ୍ତି। ଏନେଇ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।

କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଚାଲିଥିବା ଖେଳ ଶେଷ ହୋଇନି। କଂଗ୍ରେସ-ଜେଡିଏସ୍ ମିଳିତ ଭାବେ ସରକାର ଗଠନ କରିବେ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରୁଥିବା ବେଳେ ଆଜି କଂଗ୍ରେସକୁ ଜୋରଦାର ଝଟକା ଲାଗିଛି।

କଂଗ୍ରେସର ୭୮ ଏବଂ ଜେଡିଏସ୍‌ର ୩୭ ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଏନେଇ ଆଜି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ହେଲେ ଦଳର ୪ ଜଣ ବିଧାୟକ ଅନୁପସ୍ଥିତ ରହିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ବିଜେପି କଂଗ୍ରେସ ବିଧାୟକମାନଙ୍କୁ ଧମକ ଦେଉଥିବା କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଥିଲେ।

ନିଖୋଜ ଚାରି ବିଧାୟକଙ୍କୁ ଖୋଜିବା ପାଇଁ ବୁଧବାର ସକାଳେ କଂଗ୍ରେସ ହେଲିକପ୍ଟର ପଠାଇଛି। ବିଦର ଏବଂ କୁଲବୁର୍ଗି ଅଞ୍ଚଳରେ ହେଲିକପ୍ଟର କଂଗ୍ରେସ ବିଧାୟକଙ୍କୁ ଖୋଜୁଛି।

ଗୁଲାମ ନବି ଆଜାଦ କହିଛନ୍ତି, “କଂଗ୍ରେସ ବିଧାୟକମାନଙ୍କୁ ବିଜେପି ଧମକ ଦେଉଛି। ଗଣତନ୍ତ୍ରର ମୂଲ୍ୟ ବୁଝୁ ନାହିଁ ବିଜେପି। ରାଜ୍ୟପାଳ ଯଦି ନିୟମ ଅନୁସାରେ କଂଗ୍ରେସ-ଜେଡିଏସ୍‌କୁ ସରକାର ଗଠନ ପାଇଁ ନଡାକ୍ତି ତାହାଲେ କର୍ଣ୍ଣାଟକରେ ରକ୍ତପାତ ହେବ।

1 COMMENT

  1. As BJP is the single largest party Governor should call first BJP to form Govt. If they are not able to do then other can. And Our earlier mute PM complained about Modi threatening the Congis.. But what is the language of Mr. Gulam Navi Azad (Gulu).

Comment