ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅଭିନେତାମାନଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କାର ଫିସ ନିଅନ୍ତି। ଆଉ କେତେକ ଅଭିନେତ୍ରୀ ଲଗାତାର ଫିଲ୍ମ ଫ୍ଲପ୍ ହେବାପରେ ନିଜର ପାରିବାରିକ ବ୍ୟବସାୟରେ ପାଦ ଥାପି ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି।

ଆସନ୍ତୁ ଜାଣିବା ବଲିଉଡର ଧନୀ ନାୟିକାଙ୍କ ସମ୍ପର୍କରେ

ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ବଲିଉଡର ହିରୋଇନମାନଙ୍କ ଭିତରୁ ସବୁଠାରୁ ଧନୀ ହେଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ। ତାଙ୍କ ପାଖରେ ପ୍ରାୟ ୩୫ ମିଲିଅନ୍ ଡଲାର ସମ୍ପତ୍ତି ରହିଛି।

ଅମିଷା ପଟେଲ

ହିଟ୍‌ ମୁଭି ‘ଗଦ୍ଦର ଏକ ପ୍ରେମ କଥା’ ଜରିଆରେ କ୍ୟାରିଅର ଆରମ୍ଭ କରିଥିଲେ ବଲିଉଡ ହିରୋଇନ ଅମିଷା ପଟେଲ୍। ଏବେ କିନ୍ତୁ କିଛି ବର୍ଷ ହେବ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳୁନାହିଁ। ତଥାପି ସେ ନିଜର ବିଳାସମୟ ଜୀବନଶୈଳୀ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ଅମିଷା ପଟେଲଙ୍କ ଆୟ ଏବେ ପ୍ରାୟ ୩୦ ମିଲିଅନ୍ ଡଲାର।

ଅମ୍ରିତା ରାଓ

ବଲିଉଡ ହିରୋଇନ ଅମ୍ରିତା ରାଓ ‘ଇଷ୍କ ବିଶ୍କ’ ଜରିଆରେ ଏଣ୍ଟ୍ରି ନେଇଥିଲେ ସିନେ ଦୁନିଆରେ। ‘ବିବାହ’ ଭଳି ହିଟ୍‌ ସିନେମାରେ ହିରୋଇନ ହୋଇଥିଲେ। ଏହାପରେ ଅମ୍ରିତା ରାଓ ସାଉଥ୍ ଇଣ୍ଡଷ୍ଟ୍ରିକୁ ମୁହାଁଇଥିଲେ। ଏବେ ଅମ୍ରିତା ୨୦ ମିଲିଅନ୍ ଡଲାରର ମାଲିକାଣୀ।

କାଜୋଲ୍

ସବୁଠାରୁ ଅଧିକ ସମ୍ପତ୍ତି ଥିବା ବଲିଉଡ ହିରୋଇନଙ୍କ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି କାଜୋଲ୍। ‘ଦିଲ୍ ୱାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘କୁଛ କୁଛ ହୋତା ହେ’, ‘କରଣ ଅର୍ଜୁନ’, ‘ଫନା’, ‘କଭି ଖୁସି କଭି ଗମ୍’ ଓ ‘ମାଇଁ ନେମ୍ ଇଜ୍ ଖାନ୍’ ଭଳି ବ୍ଲକବଷ୍ଟର ମୁଭିର ନାୟିକା ଥିବା କାଜୋଲଙ୍କ ପାଖରେ ପ୍ରାୟ ୧୬ ମିଲିଅନ ଡଲାର ସମ୍ପତ୍ତି ଅଛି।

          ଇଲିଆନା ଡିକ୍ରୁଜ୍

ସାଉଥ୍ ଇଣ୍ଡଷ୍ଟ୍ରିରୁ ଆସି ବଲିଉଡ ହିରୋଇନ ହୋଇଥିଲେ ଇଲିଆନା ଡିକ୍ରୁଜ୍। ସେ ୧୪ ମିଲିଅନ୍ ଡଲାର ସମ୍ପତ୍ତିର ମାଲିକାଣୀ।

କରିସ୍ମା କପୁର

ନବେ ଦଶକର ହଟ୍ ବଲିଉଡ ହିରୋଇନ କରିସ୍ମା କପୁରଙ୍କ ପାଖରେ ପ୍ରାୟ ୧୨ ମିଲିଅନ ଡଲାର ସମ୍ପତ୍ତି ରହିଛି। ସେ ‘ରାଜାବାବୁ’, ‘କୁଲି ନମ୍ବର ୱାନ୍’, ‘ହିରୋ ନମ୍ବର ୱାନ୍’, ‘ଜୁଡୱା’, ‘ବିବି ନମ୍ବର ୱାନ୍’ ଭଳି ବହୁ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

ଡିମ୍ପଲ କାପାଡ଼ିଆ

ସୋ’ ମ୍ୟାନ୍ ରାଜ କପୁରଙ୍କ ବ୍ଲକବଷ୍ଟର ମୁଭି ‘ବବି’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଡିମ୍ପଲ କାପାଡ଼ିଆ। ସେ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ପତ୍ନୀ। ସତୁରି ଓ ଅଶୀ ଦଶକର ଏହି ବଲିଉଡ ହିରୋଇନଙ୍କ ପାଖରେ ଏବେ ପ୍ରାୟ ୧୦ ମିଲିୟନ ଡଲାର ସମ୍ପତ୍ତି ଅଛି।

ପ୍ରୀତି ଜିଣ୍ଟା

ବଲିଉଡ ହିରୋଇନମାନଙ୍କ ମଧ୍ୟରୁ ପ୍ରୀତି ଜିଣ୍ଟାଙ୍କୁ କୁହାଯାଏ ଡିମ୍ପଲ୍ ଗର୍ଲ। ସେ ‘ଦିଲସେ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୧୦ ମିଲିଅନ୍ ଡଲାର ସମ୍ପତ୍ତି ରହିଛି।

ମଲ୍ଲିକା ଶେରାତ୍

‘ମର୍ଡର’ ଫିଲ୍ମର ଫେମ୍ ମଲ୍ଲିକା ଶେରାୱତ ବେଶ୍ କିଛି ଦିନ ହେବ ଲାଇମ୍ ଲାଇଟରେ ନାହାନ୍ତି। କିନ୍ତୁ ଏହି ବଲିଉଡ ହିରୋଇନଙ୍କ ପାଖରେ ରହିଛି ୧୦ ମିଲିଅନ ଡଲାର ସମ୍ପତ୍ତି।

ପ୍ରିୟଙ୍କା ଚୋପ୍ରା

ବଲିଉଡ ହିରୋଇନ ପ୍ରିୟଙ୍କା ଚୋପ୍ରା ହଲିଉଡରେ ବି କାମ କରୁଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୮ ମିଲିଅନ୍ ଡଲାର।

 

 

Comment