ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ବି-ଟାଉନ୍‌ର ସେଲିବ୍ରିଟିମାନେ ଅନେକ ସମୟରେ ସମାଜସେବାରେ ମଧ୍ୟ ଜଡ଼ିତ ହୋଇଥାନ୍ତି। ସେମାନଙ୍କ ଭିତରୁ କେତେଜଣ ଏହି କ୍ଷେତ୍ର ପାଇଁ ଅଧିକ ଚର୍ଚ୍ଚିତ।

ଆସନ୍ତୁ ଜାଣିବା ସେହିଭଳି କିଛି ବି-ଟାଉନ୍ ସେଲିବ୍ରିଟିମାନଙ୍କ ସମ୍ପର୍କରେ..

ଅକ୍ଷୟ କୁମାର

ବି-ଟାଉନ୍‌ର ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ହେଲେ ଅକ୍ଷୟ କୁମାର। ସେ ଜଣେ ସୁପରଷ୍ଟାର୍। ତଥାପି ସେ ସମୟ ବାହାର କରି ନିଜକୁ ସମାଜସେବାରେ ନିୟୋଜିତ କରିଥାନ୍ତି। ଅକ୍ଷୟ କୁମାର ସୋସିଆଲ୍‌ ମିଡିଆରେ ଏକ ଆପ୍‌ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ଜରିଆରେ ଶହୀଦ୍ ସୈନିକ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଇଛା ପ୍ରକାଶ କରିଛନ୍ତି ବି-ଟାଉନ୍ ସେଲିବ୍ରିଟି ଅକ୍ଷୟ କୁମାର।

ଅକ୍ଷୟ କୁମାର ଏଭଳି ଜଣେ ବି-ଟାଉନ୍ ସେଲିବ୍ରିଟି, ଯିଏ କି ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଥିବା ୧୮୦ କୃଷକ ପରିବାରକୁ ୯୦ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ଚାଷୀମାନେ ଚାଷବାସ ଭଲ ନ ହେବା କାରଣରୁ ଆତ୍ମହତ୍ୟା କରିଥିଲେ। ବି-ଟାଉନର ଏହି ସେଲିବ୍ରିଟି ଚେନ୍ନାଇ ବନ୍ୟା ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି। ଠିକ୍ ସେହିପରି ସେ ବିଂଗ୍-ହ୍ୟୁମାନ୍ ସ୍ୱେଚ୍ଛାସେବୀ ସଂସ୍ଥାକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ବି-ଟାଉନର ସେଲିବ୍ରିଟି ଅକ୍ଷୟ କୁମାର ୪ ହଜାର ମହିଳାଙ୍କୁ ଆତ୍ମରକ୍ଷାର କୌଶଳ ଶିକ୍ଷା ଦେବା ପାଇଁ ଏକ ମାର୍ସାଲ୍ ଆଟ୍ସ ସ୍କୁଲ ଖୋଲିଛନ୍ତି। ଏଠାରେ ମହିଳାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଉଛି।

ନାନା ପାଟେକର୍

ବି-ଟାଉନ୍‌ର ସେଲିବ୍ରିଟିମାନଙ୍କ ମଧ୍ୟରୁ ଯାହାଙ୍କୁ ରିଅଲ୍ ଲାଇଫ୍ ହିରୋ ବୋଲି କୁହାଯାଏ, ସେ ହେଲେ ନାନା ପାଟେକର୍। ସେ ସାଦା ଓ ନିରାଡମ୍ବର ଜୀବନଶୈଳୀରେ ବିଶ୍ୱାସ କରନ୍ତି। ବି-ଟାଉନ୍‌ ସେଲିବ୍ରିଟି ନାନା ପାଟେକର୍‌ ଦୁର୍ଭିକ୍ଷ ପୀଡ଼ିତ ହୋଇ ଆତ୍ମହତ୍ୟା କରିଥିବା କୃଷକ ପରିବାରର ବିଧବାମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ରାଶି ଦାନ କରୁଛନ୍ତି। ଏହାଛଡ଼ା ନାନା ତାଙ୍କର ଜଣେ ସାଥୀ କଳାକାରଙ୍କ ସହିତ ମିଶି ଏକ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି। କୃଷକଙ୍କ ଉନ୍ନତି ଲାଗି ଏହା ଜରିଆରେ ଏହି ବି ଟାଉନ୍‌ ସେଲିବ୍ରିଟି ୭୨ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି।

ସଲମାନ୍‌ ଖାନ୍‌

ବି-ଟାଉନ୍‌ର ସେଲିବ୍ରିଟି ତଥା ଭାଇଜାନ୍‌ ସଲମାନ୍‌ ଖାନ୍ ବି ସମାଜସେବାରେ ବେଶ୍ ସକ୍ରିୟ। ସେ ନିଜର ଏକ ସଂସ୍ଥା ପ୍ରତିଷ୍ଠା କରିଛନ୍ତି। ତା’ର ନାଆଁ ହେଲା (ବି ହ୍ୟୁମନ୍)। ଏହି ଅନୁଷ୍ଠାନ ଜରିଆରେ ସଲ୍ଲୁ ମିଆଁ ସାରା ଭାରତରେ ଗରିବ ଓ ସୁବିଧା ସୁଯୋଗ ପାଉନଥିବା ପିଲାମାନଙ୍କର ଶିକ୍ଷା ଯୋଗାଇ ଦେଉଛି। ସେମାନଙ୍କର ଆର୍ଥିକ ଖର୍ଚ୍ଚ ବହନ କରୁଛି ଏହି ଫାଉଣ୍ଡେସନ। ଏତଦ୍ ବ୍ୟତୀତ ବିଂଗ୍ ହ୍ୟୁମାନ୍‌ ଫାଉଣ୍ଡେସନ ଜରିଆରେ ଏହି ବି-ଟାଉନ୍ ସେଲିବ୍ରିଟି ଶହେ ଜଣ ହୃଦ୍‌ରୋଗୀଙ୍କର ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବେ।

ଜନ୍ ଆବ୍ରାହମ୍‌

ବି- ଟାଉନ୍‌ର ଅନ୍ୟତମ ଜଣାଶୁଣା ହିରୋ ହେଲେ ଜନ୍ ଆବ୍ରାହାମ୍‌। ବି-ଟାଉନ୍‌ର ଏହି ସେଲିବ୍ରିଟି ପଶୁମାନଙ୍କୁ ଖୁବ୍ ଭଲ ପାଆନ୍ତି ଓ ସେମାନଙ୍କ ପାଇଁ କିଛି ଭଲ କାମ କରିଥାନ୍ତି ବୋଲି ଚର୍ଚ୍ଚା ହୁଏ। ଏହି କାରଣରୁ ବି-ଟାଉନ୍‌ର ସେଲିବ୍ରିଟି ଜନ୍ ‘ପେଟା’ ସହିତ ଜଡିତ ହୋଇଛନ୍ତି। ଜନ୍ ‘ପେଟା’କୁ ବିପୁଳ ମାତ୍ରାରେ ଅର୍ଥରାଶି ଦାନ କରିଥାନ୍ତି। ଖାଲି ସେତିକି ନୁହେଁ ବି –ଟାଉନ୍‌ର ସେଲିବ୍ରିଟି ଜନ୍ ଆବ୍ରାହମ୍ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଯାଇ ପ୍ରୋତ୍ସାହନ ଦେଇଥାନ୍ତି। ଜନ୍‌ ଆବ୍ରାହମ୍ ନୀରବକର୍ମୀ ଭାବେ ସମାଜସେବା କରିବାକୁ ପସନ୍ଦ କରନ୍ତି।

ରାହୁଲ୍ ବୋଷ

ବି-ଟାଉନ୍‌ର ସେଲିବ୍ରିଟି ରାହୁଲ୍ ବୋଷ ସମାଜର ଅଗ୍ରଗତି ନିମିତ୍ତ କେତେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ। ସେ ହେଉଛନ୍ତି ପ୍ରଥମ ବଲିଉଡ଼୍ ସେଲିବ୍ରିଟି, ଯିଏ କି ଓକସ୍‌ଫାମ୍‌ ଗ୍ଲୋବାଲ୍‌ ଆମ୍ବାସାଡ଼ର ହେବାର ମର୍ଯ୍ୟାଦା ଲାଭ କରିଛନ୍ତି। ୫୧ଟି ସ୍ୱେଚ୍ଛାସେବୀ ସଂସ୍ଥାକୁ ମିଶାଇ ଏହି ବି-ଟାଉନ୍‌ ସେଲିବ୍ରିଟି। ଦ ଗ୍ରୁପ୍‌ ଅଫ୍ ଗ୍ରୁପ୍‌ସ’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ରାହୁଲ ନେମ୍‌ସ ଫାଉଣ୍ଡେସନ୍ ନାଆଁରେ ଅନ୍ୟ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼, ପିଲାମାନଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି।

Comment