ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କଂଗ୍ରେସ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦ ଅଫର ଦିଆଯାଉଥିବାର ଅଡିଓଟେପ୍ ଜାରି କରିଛି କଂଗ୍ରେସ।

କର୍ଣ୍ଣାଟକରେ ସରକାର ଗଢ଼ିବାକୁ ନେଇ ଚାଲିଛି ଟଣାଓଟରା। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ଆଉ ମାତ୍ର  ୧୪ ଘଣ୍ଟା ବାକି ଥିବା ବେଳେ କଂଗ୍ରେସ ଏକ ସାଂଘାତିକ ଅଭିଯୋଗ ଆଣିଛି। ବିଜେପି ବିଧାୟକ ତଥା ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି ରାଇଚୁର ରୁରାଲ ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ବସନ ଗୌଡାଙ୍କୁ ଟଙ୍କା ଯାଚିଥିବା ଅଡିଓଟେପ୍ ଜାରି କରିଛି।

ୟେଦୁରପ୍ପାଙ୍କୁ ସମର୍ଥନ କଲେ ଅଧ ରାତିରେ ଆଛେଦିନ ଆସିବ ବୋଲି ଅଡିଓଟେପରୁ ଶୁଣିବାକୁ ମିଳିଛି। ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ଉଠୁଛି ପଡ଼ୁଛି।

ଅଡିଓଟେପର ବୈଧତା ଜଣାପଡ଼ି ନାହିଁ। ହେଲେ ରାଜନୀତି ମାହୋଲ ପୂରା ଗରମ୍ ହୋଇଯାଇଛି।

ଅଡିଓଟେପରେ କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରୀ ପଦ ଯଚା ଯାଇଛି। ଏହାସହ ଟଙ୍କାର ପ୍ରଲୋଭନ ମଧ୍ୟ ଦିଆଯାଇଛି। କିନ୍ତୁ କଂଗ୍ରେସ ବିଧାୟକ ବସନ ଗେନଡା ଏହାକୁ ଗ୍ରହଣ କରି ନାହାନ୍ତି। ବିଜେପିର ଏହି ଅଫରକୁ ସେ ମନା କରିବା ସହ କଂଗ୍ରେସ ତାଙ୍କୁ ଅସମୟରେ ଟିକେଟ ଦେଇଥିବାରୁ ସେ କଂଗ୍ରେସ ସହ ରହିବେ ବୋଲି କହିଛନ୍ତି।

Comment