ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ-୨୯ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟର ୩ ଦି ପୂର୍ବରୁ ମୌସୁମୀ କେରଳ ଉପକୂଳ ଛୁଉଁଥିବାରୁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥାଏ। ଗତ ୧୩ ବର୍ଷ ହେଲା ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନ ସମ୍ପର୍କରେ ସୂଚନା ଦେଇ ଆସୁଛି।

୨୦୦୫ରୁ ଆଜି ପର୍ଯ୍ୟନ୍ତ ଆଇଏମ୍‌ଡି ଯେଉଁ ତାରିଖ ଘୋଷଣା କରୁଛି ସେ ତାରିଖରେ କେରଳରେ ମୌସୁମୀ ବାୟୁ ସକ୍ରିୟ ରହୁଛି।

ଚଳିତ ବର୍ଷ ଗୋଟିଏ ମାସ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ବାୟୁ ଆସିବା ସମ୍ପର୍କରେ ସୂଚନା ଦେଇଥିଲା। ଏପ୍ରିଲ ୧୬ରେ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବ ବୋଲି ପୂର୍ବାନୁମାନ କରିଥିଲା।

ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ସମ୍ପର୍କରେ ତାଜା ସୂଚନା ପ୍ରଦାନ କରିବ।

Comment