ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସିନେମା ତିଆରି ସମୟରେ କାହାଣୀଠାରୁ ଆରମ୍ଭ କରି ସଙ୍ଗୀତ, ଅଭିନୟ ସାଙ୍ଗକୁ ପୋଷ୍ଟ ପ୍ରଡକ୍ସନ୍ ଯାଏଁ ପ୍ରତିଟି ବିଷୟ ଉପରେ ଧ୍ୟାନ ଦିଆଯାଇଥାଏ। ହେଲେ ବେଳେବେଳେ କିଛି ତ୍ରୁଟି ବିଚ୍ୟୁତି ରହିଯାଇଥାଏ ସିନେମାରେ।

ଆସନ୍ତୁ ଜାଣିବା ଏମିତି କିଛି ତ୍ରୁଟି ଥିବା ସିନେମା ସମ୍ପର୍କରେ, ଯାହା ବ୍ଲକବଷ୍ଟର ମୁଭିର ମାନ୍ୟତା ପାଇଛି।

ବାଗ୍‌ବାନ୍

ବଲିଉଡ଼ର ଏକ ବ୍ଲକବଷ୍ଟର ମୁଭି ହେଲା ‘ବାଗ୍‌ବାନ୍’ ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ବ୍ଲକବଷ୍ଟର ମୁଭିରେ ଅମିତାଭ ବଚ୍ଚନ ଓ ହେମାମାଳିନୀ ଥିଲେ ଲିଡ୍‌ରୋଲ୍‌ରେ। ବିବାହିତ ପୁଅମାନେ କିପରି ବାପାମାଆଙ୍କୁ କଷ୍ଟ ଦେଇଥାନ୍ତି ତାହାର କାହାଣୀ ଥିଲା ଏହି ସିନେମାରେ। କିନ୍ତୁ ବ୍ଲକବଷ୍ଟର ମୁଭି ‘ବାଗ୍‌ବାନ୍‌’ରେ ଏକ ତ୍ରୁଟି ଥିଲା। ଫିଲ୍ମରେ ହେମାମାଳିନୀ ଓ ବିଗ୍ ବି ‘ହୋଲି’ ପରେ ଅଲଗା ହୋଇଥିଲେ। ସେଥିରେ ପୁଣି ଦେଖାଦେଇଛି ଯେ ଛଅମାସ ପରେ ‘ଭ୍ୟାଲେଣ୍ଟାଇନ୍ ଡେ’ ସେଲିବ୍ରେଟ୍ ହେଉଛି।

ବ୍ଲକବଷ୍ଟର ମୁଭି ‘ବାଗବାନ୍‌’ର ଭ୍ୟାଲେଣ୍ଟାଇନ୍ ଡେ ସେଲିବ୍ରେସନ୍ ପାଇଁ ଏକ ଗୀତ ‘ଚଲି ଚଲି ଚଲି ଫିର୍ ହବା ଚଲି…’ ରଖାଯାଇଥିଲା। ଏହି ତ୍ରୁଟିକୁ ସମସ୍ତେ ନୋଟିସ୍ କରିପାରିନଥିଲେ।

   ହମ୍ ଦିଲ୍ ଦେ ଚୁକେ ସନମ୍

ବଲିଉଡ଼ର ଆଉ ଏକ ବ୍ଲକବଷ୍ଟର ମୁଭି ହେଲା ‘ହମ୍ ଦିଲ୍ ଦେ ଚୁକେ ସନମ୍’। ସଞ୍ଜୟ ଲୀଳା ଭଂସାଲିଙ୍କ ଏହି ଫିଲ୍ମରେ ଅଜୟ ଦେବଗନ୍, ସଲମାନ୍ ଖାନ୍ ଓ ଐଶ୍ୱର୍ଯ୍ୟା ରାୟ ଥିଲେ ଲିଡ୍ ରୋଲ୍‌ରେ। ହେଲେ ଏହି ବ୍ଲକବଷ୍ଟର ମୁଭିରେ ବି ଏକ ଭୁଲ୍ ଥିଲା। ତାହା ହେଲା–ଏଶ୍ୱର୍ଯ୍ୟା ସଲମାନ୍‌ଙ୍କୁ ଖୋଜିବା ପାଇଁ ଇଟାଲି ଯାଉଛନ୍ତି। ସେ ସେଠାରେ ଯେଉଁ ବ୍ରିଜ୍ ଉପରେ ଦୌଡୁଛନ୍ତି, ତାହା କିନ୍ତୁ ଇଟାଲିରେ ନାହିଁ। ସେହି ବ୍ରିଜ୍‌ ହଙ୍ଗେରିରେ ରହିଛି। ନିର୍ଦ୍ଦେଶକ ଭଂସାଲୀଙ୍କର ବ୍ଲକବଷ୍ଟର ମୁଭି ‘ହମ୍ ଦିଲ୍ ଦେ ଚୁକେ ସନମ୍‌’ର ଏହି ତ୍ରୁଟିକୁ କିନ୍ତୁ ଦର୍ଶକ ସହଜରେ ଧରିପାରିନଥିଲେ।

କଭି ଖୁସି କଭି ଗମ୍

ଜଣାଶୁଣା ନିର୍ମାତା ନିର୍ଦ୍ଦେଶକ କରଣ ଜୋହରଙ୍କ ଏକ ବ୍ଲକବଷ୍ଟର ମୁଭି ହେଲା ‘କଭି ଖୁସି କଭି ଗମ୍’। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଶାହରୁଖ ଖାନ୍, କାଜୋଲ୍‌, ହିତିକ୍ ରୋଶନ୍ ଓ କରିନା କପୁର ମେନ୍ ଲିଡ୍‌ ରୋଲ୍‌ରେ ଥିଲେ। ଏହି ବ୍ଲକବଷ୍ଟର ମୁଭିର କାହାଣୀ ୧୯୯୧ର। କିନ୍ତୁ ଏକ ସିନ୍‌ରେ ଅମିତାଭ ବଚ୍ଚନ ‘ଆତି କ୍ୟା ଖଣ୍ଡାଲା..’ ଗୀତ ଗାଉଛନ୍ତି। ଆପଣମାନେ ଭଲ ଭାବେ ଜାଣିଥିବେ କି ଏହି ଗୀତ ଥିବା ଫିଲ୍ମ ’ଗୁଲାମ୍’ ରିଲିଜ୍ ହୋଇଥିଲା ୧୯୯୮ରେ। ଏହା କ’ଣ ଏକ ବଡ଼ ତ୍ରୁଟି ନୁହେଁ କି?

ଲଗାନ୍‌

ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ଙ୍କ ବ୍ଲକବଷ୍ଟର ଫିଲ୍ମ ’ଲଗାନ୍‌’ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା। ଏହି ବ୍ଲକବଷ୍ଟର ମୁଭିରେ ବି ଏକ ବଡ଼ ତ୍ରୁଟି ଥିଲା, ଯାହା ଦର୍ଶକଙ୍କ ଦୃଷ୍ଟିରେ ପଡ଼ିନଥିଲା। ବ୍ଲକବଷ୍ଟର ମୁଭି ‘ଲଗାନ୍‌’ର ନାୟକ ଚରିତ୍ର ହେଲା ଭୁବନ୍। ସେ ଋଣ ମାଫ୍ କରିବା ପାଇଁ ଇଂରେଜମାନଙ୍କ ସହିତ କ୍ରିକେଟ୍ ମ୍ୟାଚ୍ ଖେଳନ୍ତି। ଫିଲ୍ମର କାହାଣୀ ୧୮୯୨ ମସିହାର। ଏହି ସମୟରେ କିନ୍ତୁ କ୍ରିକେଟ୍ ମ୍ୟାଚ୍‌ରେ ପ୍ରତି ଓଭରରେ ୮ଟି ବଲ୍ ଖେଳାଯାଉଥିଲା। କିନ୍ତୁ ବ୍ଲକବଷ୍ଟର ମୁଭିରେ ଗୋଟିଏ ଓଭରରେ ମାତ୍ର ୬ଟି ବଲ୍ ଖେଳାଯାଉଥିବା ଦେଖିବାକୁ ମିଳିଥିଲା।

ସରଫରୋସ

ଅମୀର ଖାନ୍‌ଙ୍କ ଆଉ ଏକ ବ୍ଲକବଷ୍ଟର ମୁଭି ଥିଲା ‘ସରଫରୋସ’। ଜନ୍ ମେଥ୍ୟୁ ମଥାନ୍ ଏହାର ନିର୍ଦ୍ଦେଶକ। ଏଥିରେ ଅମୀର ଖାନ୍‌ଙ୍କୁ ଜଣେ ଆଇପିଏସ୍ ଅଫିସର ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ବ୍ଲକବଷ୍ଟର ମୁଭିର ଏକ ଲୋକପ୍ରିୟ ଗୀତ ହେଲା – ‘ଯୋ ଲାଲ୍ ଦିଲ୍‌କା ଇଧର ହୋ ରହା ହେ…।’’

ଏହି ବ୍ଲକବଷ୍ଟର ମୁଭିର ଉକ୍ତ ଗୀତରେ ବି ଗୋଟିଏ ଭୁଲ ତ୍ରୁଟି ରହିଗଲା। ତା’ ହେଲା ଅମୀର ଖାନ୍‌ ଏକ ଛୋଟ ଝିଅକୁ ଏକ ଗୋଲାପ ଫୁଲ ଦେଉଛନ୍ତି। ମାତ୍ର ପରବର୍ତ୍ତୀ ଦୃଶ୍ୟରେ ତାହା ଗୋଲାପ ଫୁଲ ନୁହେଁ, ବରଂ କଢ଼ି ହୋଇଯାଉଥିବାର ଦେଖିବାକୁ ମିଳିଥିଲା। ଏତ୍ରୁଟି ସତ୍ତ୍ୱେ ଅମୀରଖାନ୍–ସୋନାଲି ବିନ୍ଦ୍ରେ ଷ୍ଟାରର ଏହି ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ପସନ୍ଦ ଆସିଥିଲା।

Comment