ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ପ୍ରତିବର୍ଷ ଅନେକ କମେଡ଼ି ସିନେମା ରିଲିଜ୍ ହେଉଛି। ଏଥିମଧ୍ୟରୁ କେତେକ ହିଟ୍ ସାବ୍ୟସ୍ତ ହେଉଛି ତ ଆଉ କେତେକ ଫ୍ଲପ୍ ହେଉଛି।

ଆସନ୍ତୁ ନଜର ପକାଇବା ବଲିଉଡର ଅଲ୍‌ଟାଇମ୍‌ ଟପ୍‌ଟେନ୍‌ ସୁପର କମେଡି ଫିଲ୍ମ ଉପରେ…

ଅନ୍ଦାଜ୍ ଅପ୍‌ନା ଅପ୍‌ନା (୧୯୯୪)

ବଲିଉହର ଏକ ସୁପର କମେଡି ଫିଲ୍ମ ହେଲା ‘ଅନ୍ଦାଜ୍ ଅପ୍‌ନା ଅପ୍‌ନା’। ଏହାର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସନ୍ତୋଷୀ। ଏଥିରେ ଅମୀର ଖାନ୍, ସଲମାନ୍ ଖାନ୍, ରବିନା ଟଣ୍ଡନ୍, କରିସ୍ମା କପୁର ଓ ପରେଶ ରାୱଲ୍ ଥିଲେ ମେନ ଲିଡ୍‌ରେ। ଏହି ସୁପର କମେଡି ଫିଲ୍ମରେ ଅମୀର ଓ ସଲମାନ୍ ବନିଥିଲେ ଲୋଫର୍। ଏହାର ସଂଳାପ ବି ମଜାଦାର ଥିଲା।

ଗୋଲ୍‌ମାଲ୍ (୧୯୭୯)

ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀଙ୍କ ‘ଗୋଲ୍‌ମାଲ୍‌’ ଆଉ ଏକ ସ୍ମରଣୀୟ ସୁପର କମେଡି ଫିଲ୍ମ। ଏଥିରେ ଅମୋଲ୍ ପାଲେକର, ବିନ୍ଦିୟା ଗୋସ୍ଵାମୀ, ଦେବେନ ବର୍ମା, ଉତ୍ପଳ ଦତ୍ତ, ଶୋଭୋ ଖୋଟେ ଓ ଦୀନା ପାଠକ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଉତ୍ପଳ ଦତ୍ତ କମେଡି ଥିଲା ଏହାର ଲୁଏସଜ।

ଚୁପ୍‌କେ ଚୁପ୍‌କେ (୧୯୭୫)

ଦାଦା ସାହେବ ଫାଲ୍‌କେ ପୁରସ୍କାର ବିଜେତା ହୃଷିକେଶ ମୁଖାର୍ଜୀଙ୍କ ଏକ ସୁପରକମେଡି ହେଲା ‘ଚୁପ୍‌କେ ଚୁପ୍‌କେ’। ଏହି ସୁପର କମେଡି ଫିଲ୍ମରେ ଧର୍ମନ୍ଦ୍ରେ, ଶର୍ମିଳା ଟାଗୋର, ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ଲିଡରୋଲ୍‌ରେ ଥିଲେ। ‘ସୋଲେ’ ପରେ ଏହି ସୁପର କମେଡି ଫିଲ୍ମରେ ଅମିତାଭ ଓ ଧର୍ମନ୍ଦ୍ରେଙ୍କ କମିକ୍ ଟାଇମିଂ ପାଇଁ ଏହା ଚର୍ଚ୍ଚିତ।

ମୁନ୍ନା ଭାଇ ଏମ୍ ବି ବିଏସ୍

ଆଜିକାର ଲୋକପ୍ରିୟ ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ପ୍ରଥମ ସିନେମା ହେଲା ‘ମୁନା ଭାଇ ଏମବି ଏସ୍’। ଏହା ଏକ ସୁପର କମେଡି। ତା’ପରେ ସେ ଏହାର ସିକ୍ଵେଲ୍ ‘ଲଗେ ରହୋ ମୁନ୍ନାଭାଇ’ ତିଆରି କରିଥିଲେ। ଏହା ବି ଏକ ସୁପର କମେଡି ସିନେମା । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଅରସାଦ୍ ୱାରସି, ଡ ବୋମନ୍ ଇରାନୀ ଓ ସୁନୀଲ ଦତ୍ତ ଅଭିନୟ କରିଥିଲେ।

ହେରାଫେରି (୨୦୦୦)

ବଲିଉଡର ଟପ୍ କମେଡ଼ି ମେକର ପ୍ରିୟଦର୍ଶନଙ୍କ ସୁପର କମେଡ଼ି ଫିଲ୍ମ ହେଲା ‘ହେରାଫେରି’। ମାଲୟାଲାମ୍ ଫିଲ୍ମ ରାମୋଜି ରାଓ ସ୍ପିକିଂର ରିମେକ୍ ଥିଲା ଏହି ସୁପର କମେଡି ଫିଲ୍ମ।

ଏହି ସୁପର କମେଡି ଫିଲ୍ମର ମୁଖ୍ୟ କଳାକାରମାନେ ହେଲେ ଅକ୍ଷୟ କୁମାର, ସୁନୀଲ ସେଟ୍ଟି, ପରେଶ ରାୱଲ ଓ ତବୁ। ପ୍ରଥମ ତିନି କଳାକାରଙ୍କ କମେଡି ଯୋଗୁଁ ଏହି ସିନେମା ସ୍ମରଣୀୟ ହୋଇ ରହିବ।

ଖୁବ୍‌ସୁରତ୍‌ (୧୯୮୦)

ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏକ ସୁପରକମେଡ଼ି  ସିନେମା ‘ଖୁବସୁରତ’। ଏଥିରେ ଅଶୋକ କୁମାର, ରେଖା, ରାକେଶ ରୋଶନ୍ ଓ ଦୀନା ପାଠକ ମେନ୍ ଲିଡ୍‌ରେ ନଜର ଆସିଥିଲେ। ଏହି ସିନେମାକୁ ରେଖାଙ୍କର ଏକ ଶ୍ରେଷ୍ଠ ସିନେମା ବୋଲି ବିବେଚନା କରାଯାଏ।

ପଡୋଶନ୍ (୧୯୬୮)

ଜ୍ୟୋତି ସ୍ଵରୂପଙ୍କ ନିର୍ଦ୍ଦେଶିତ ଅଲ୍‌ଟାଇମ୍‌ ସୁପର କମେଡି ଫିଲ୍ମ ହେଲା ‘ପଡୋଶନ୍’। ଏହି ସିନେମାରେ ସୁନୀଲ ଦତ୍ତ, ସାୟରା ବାନୋ, ମେହମୁଦ୍ ଓ କିଶୋର କୁମାର ଥିଲେ ମୁଖ୍ୟ ଭୂମିକାରେ। କିଶୋର କୁମାର ଏହି ସୁପର କମେଡି ଫିଲ୍ମର ପ୍ରମୁଖ ଆକର୍ଷଣ ଥିଲେ।

ଜାନେ ଭି ଦୋ ୟାରୋଁ (୧୯୮୩)

କମେଡି ମେକର କୁନ୍ଦନ ଶାହାଙ୍କ ଏକ ସୁପର କମେଡି ଫିଲ୍ମ ହେଲା ‘ଜାନେ ଭି ଦୋ ୟାରୋଁ’। ଏହି ସିନେମାରେ ନାସିରୁଦ୍ଦିନ ଶାହା, ରବି ବାସଓ୍ବାନି, ଭକ୍ତି ବାରଭେ ଓ ନୀନା ଗୁପ୍ତା ପ୍ରମୁଖ ନଜର ଆସିଥିଲେ। ଏହି ସୁପର କମେଡି ଫିଲ୍ମର କାହାଣୀ ଭାରତୀୟ ରାଜନୀତି ଓ ଦୁର୍ନୀତି ଉପରେ ବ୍ୟଙ୍ଗ ଥିଲା।

ଚଷ୍‌ମେ ବନ୍ଦୁର୍ (୧୯୮୧)

ମହିଳା ନିଦ୍ଦେଶକ ସାର ପରାଞ୍ଜପେଙ୍କ ଏକ ସୁପର କମେଡି ଫିଲ୍ମ ହେଲା ‘ଚଷ୍‌ମେ ବନ୍ଦୁର’, ଏହି ସିନେମାର ମୁଖ୍ୟ ଆକର୍ଷଣ ହେଲେ ଫାରୁଖ୍ ସେଖ୍‌ ଓ ଦୀପ୍ତି ନାଉଲ୍।

ଥ୍ରି ଇଡିଅଟ୍ସ (୨୦୦୯)

ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ଏକ ସୁପର କମେଡି ଫିଲ୍ମ ହେଲା ଥ୍ରି ଇଡିଅଟ୍ସ। ଏଥିରେ  ଅମୀର ଖାନ୍‌, କରିନା କପୁର, ଆର ମାଧବନ୍‌, ଶରମନ୍‌ ଯୋଶୀ ଓ ବୋମନ୍ ଇରାନୀ ମୁଖ୍ୟ ଭୂମିକାରେ ଥିଲେ।

Comment