ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ରଜା ଘର ବାହାଘର। ଇଂଲଣ୍ଡ ରାଜକୁମାର ପ୍ରିନ୍ସ ହ୍ୟାରୀ ହଲିଉଡ ଅଭିନେତ୍ରୀ ମେଗାନ ମାର୍କେଲଙ୍କୁ ବିବାହ କରିଛନ୍ତି।

ହଲିଉଡ ଅଭିନେତ୍ରୀ ମେଗାନ ମାର୍କେଲଙ୍କୁ ବିବାହ କଲେ ଇଂଲଣ୍ଡ ରାଜ କୁମାର ପ୍ରିନ୍ସ ହ୍ୟାରି। ୱିଣ୍ଡସର କ୍ୟାସଲର ସେଣ୍ଟ ଜର୍ଜ ଚାପେଲ ଚର୍ଚ୍ଚରେ ରାଜକୀୟ ପରମ୍ପରାରେ ସମ୍ପନ୍ନ ହୋଇଥିଲା ଏହି ବାହାଘର। ଏହି ବାହାଘରକୁ ୨୦୦ କୋଟିରୁ ଅଧିକ ଦର୍ଶକ ଟିଭି ମାଧ୍ୟମରେ ଦେଖିଛନ୍ତି। ବିବାହ ଉତ୍ସବରେ ଡେଭିଡ୍ ବେକହାମ, ଜର୍ଜ କ୍ଲୁନି, ଓପ୍ରା ୱିନଫ୍ରେ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଲୋକପ୍ରିୟ ତାରକା।

ଏହି ବାହାଘରରେ ୩ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ମେଗାନଙ୍କ ବାପା ଅସୁସ୍ଥ ଥିବାରୁ ପ୍ରିନ୍ସ ଚାଲର୍ସ କନ୍ୟାପିତାର ଦାୟିତ୍ୱ ତୁଲାଇଥିଲେ। ଏହି ଚର୍ଚ୍ଚିତ ବାହାଘରରେ ୨୬୪୦ ନିମନ୍ତ୍ରିତ ଅତିଥି, ୧୨୦୦ ସାଧାରଣ ନାଗରିକ, ୨୦୦ ବେସରକାରୀ ସଙ୍ଗଠନ, ୧୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

୨୦୧୬ରେ ବନ୍ଧୁଙ୍କ ଘରେ ପରସ୍ପରକୁ ଭେଟିଥିଲେ ପ୍ରିନ୍ସ ହ୍ୟାରି ଏବଂ ମେଗାନ ମାର୍କେଲ। ଦୁଇ ବର୍ଷ ହେଲା ଉଭୟଙ୍କ ଭିତରେ ଡେଟିଂ ଚାଲିଥିଲା। ପୂର୍ବରୁ ବିବାହ ବିଛେଦର ଶିକାର ହୋଇଥିବା ମାର୍କେଲଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ପ୍ରିନ୍ସ ହ୍ୟାରି।

Comment