ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ଚାଲିଛି ହାଇଭୋଲଟେଜ ଡ୍ରାମା। ୟେଦୁରପ୍ପାଙ୍କ ଆସ୍ଥା ଭୋଟ ପୂର୍ବରୁ ଘଡ଼ିକେ ଘୋଡ଼ା ଛୁଟୁଛି। ପୂରା ଦେଶର ନଜର କର୍ଣ୍ଣାଟକ ରାଜନୀତି ଉପରେ କେନ୍ଦ୍ରୀଭୂତ ହୋଇଛି। କର୍ଣ୍ଣାଟକ ବିଧାନସଭାରେ ଶନିବାର ଆସ୍ଥା ଭୋଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ବେଳେ ୨ କଂଗ୍ରେସ ବିଧାୟକ ନିଖୋଜ ହୋଇଯାଇଥିଲେ। ଏହି ଦୁଇ ବିଧାୟକ ହେଲେ ପ୍ରତାପ ଗୌଡା ପାଟିଲ, ଆନନ୍ଦ ସିଂହ।

ଏହି ଦୁଇ ବିଧାୟକଙ୍କ ନିଖୋଜକୁ ନେଇ ରାଜନୀତି ସରଗରମ୍ ରହିଥିଲା। କିନ୍ତୁ ଲଞ୍ଚ ବ୍ରେକ୍ ପରେ ଏହି ଦୁଇ ବିଧାୟକ ବିଧାନସଭାକୁ ଆସି ଶପଥ ନେଇଛନ୍ତି।

ନିଖୋଜ ବିଧାୟକ ଆସିବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ବିଧାନସଭାରେ ୭୮ରେ ପହଞ୍ଚିଛି। ହେଲେ ବିଜେପିର ଗୋଟିଏ ଆସନ କମି ଯାଇଛି। ବିଜେପି ବିଧାୟକ ସୌମ୍ୟଶେଖର ଅନୁପସ୍ଥିତ ଥିବାରୁ ବିଧାୟକ ସଂଖ୍ୟା ୧୦୩କୁ ଖସି ଆସିଛି। ସେହିପରି ଜେଡିଏସ୍‌ ବିଧାୟକ ସଂଖ୍ୟା ୩୭ ରହିଛି।

ଆଉ ଅଳ୍ପ ସମୟ ପରେ ୟେଦୁରପ୍ପା ଆସ୍ଥା ଭୋଟର ସମ୍ମୁଖୀନ ହେବେ। ତେବେ ୟେଦୁରପ୍ପା ଆସ୍ଥା ଭୋଟରେ ଜିତୁଛନ୍ତି ନା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର।

Comment