ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ପପୁଲାର ହିରୋଇନ୍ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିବା ପୂର୍ବରୁ ଆଉ କେତେକଙ୍କୁ ଡେଟ୍ କରିଛନ୍ତି।

ଆସନ୍ତୁ ଜାଣିବା କେଉଁମାନଙ୍କ ସହିତ ଅନୁଷ୍କା ଶର୍ମାଙ୍କ ଆଫେଆର୍ ବେଶ୍ ଚର୍ଚ୍ଚିତ ହୋଇଥିଲା

ସୁରେଶ ରୈନା

ବଲିଉଡର ପପୁଲାର୍ ହିରୋଇନ୍‌ ଅନୁଷ୍କା ଶର୍ମାଙ୍କ ଭାଇ ରାଜ୍ୟସ୍ତରୀୟ କ୍ରିକେଟର ଥିଲେ। ଏହି କାରଣରୁ ଅନୁଷ୍କାଙ୍କର ଖେଳ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ଥିଲା। ୨୦୧୨ର ମିଡିଆ ରିପୋର୍ଟ ଅନୁଯାୟୀ ବଲିଉଡର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା କ୍ରିକେଟର ସୁରେଶ ରୈନାଙ୍କୁ ଡେଟ୍ କରୁଥିଲେ। ଉଭୟଙ୍କର ପ୍ରଥମ ସାକ୍ଷାତ ଲଣ୍ଡନରେ ହୋଇଥିଲା। ସେଠାରେ ସୁରେଶ ରୈନା କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଇଥିଲେ ଓ ଅନୁଷ୍କା ଏକ ଫିଲ୍ମର ସୁଟିଂ କରୁଥିଲେ। ଏହା ପରେ ଉଭୟଙ୍କର ଆଫେଆରକୁ ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଅନୁଷ୍କା ଶର୍ମା ଏହାକୁ କେବେ ବି ସ୍ୱୀକାର କରିନଥିଲେ।

ରଣବୀର ସିଂହ

ସୁରେଶ ରୈନାଙ୍କ ପୂର୍ବରୁ ଅନୁଷ୍କା ଶର୍ମା ତାଙ୍କର କୋଷ୍ଟାର ରଣବୀର ସିଂହଙ୍କୁ ଡେଟ୍ କରୁଥିଲେ ବୋଲି ଶୁଣିବାକୁ ମିଳିଥିଲା। କୁହାଯାଏ ଯେ ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା ରଣବୀର ସିଂହଙ୍କ ସହ ଡେବ୍ୟୁ ଫିଲ୍ମ ‘ବ୍ୟାଣ୍ଡ୍ ବାଜା ବାରାତ୍‌’ ସୁଟିଂ ବେଳେ ପ୍ରେମର ପଡ଼ିଥିଲେ। କିନ୍ତୁ ଇଣ୍ଟରନେସନାଲ୍ ଇଣ୍ଡିଆନ୍‌ ଫିଲ୍ମ ଆକାଡେମି ଆୱାର୍ଡସ ୨୦୧୧ ସମୟରେ ରଣବୀର ଓ ଅନୁଷ୍କାଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। କୁହାଯାଏ ଯେ ଏଥିରେ ରଣବୀର ଓ ସୋନାକ୍ଷୀଙ୍କ ସିହ୍ନାଙ୍କ ପରଫରମାନ୍ସକୁ ନେଇ ଅନୁଷ୍କା ଶର୍ମା ରାଗି ଯାଇଥିଲେ। ସେଠି ଉଭୟଙ୍କର ଝଗଡ଼ା ବି ହୋଇଥିଲା।

ରଣବୀର କପୁର

ବଲିଉଡ଼ର ସିରିଅସ୍ ରୋମିଓ ରଣବୀର କପୁରଙ୍କ ସହିତ ଅନୁଷ୍କା ଶର୍ମାଙ୍କ ଆଫେଆର୍ ଥିଲା। ଉଭୟଙ୍କର ପ୍ରଥମ ଭେଟ କରଣ ଜୋହରଙ୍କ ଏକ ପାର୍ଟିରେ ହୋଇଥିଲା। ତା’ପରେ ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଓ ରଣବୀର ମୁମ୍ବାଇରେ ରେସ୍ତୋରାଁମାନଙ୍କରେ ମଧ୍ୟ ସାଙ୍ଗ ହୋଇ ଡିନର କରିଥିଲେ।

ରଣବୀର କପୁରଙ୍କ ସହିତ ଅନୁଷ୍କାଙ୍କର ଅଫେଆର୍‌କୁ ନେଇ ବଲିଉଡ଼୍ ହୁଲୁସ୍ତୁଲ ହୋଇଥିଲା। ‘ବମ୍ବେ ଭେଲଭେଟ୍‌’ ଓ ‘ଏ ଦିଲ ହେ ମୁସ୍କିଲ୍’ ଭଳି ଫିଲ୍ମରେ ରଣବୀରଙ୍କ ସହିତ ନଜର ଆସିଛନ୍ତି ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା।

ଶାହିଦ୍‌ କପୁର

ଅନୁଷ୍କା ଶର୍ମାଙ୍କର ଆଉ ଜଣେ ପ୍ରେମିକ ହେଲେ ଶାହିଦ୍‌ କପୁର। ‘ମେରେ ବ୍ରଦର କି ଦୁଲହନ୍’ର ସକ୍‌ସେସ୍ ପାର୍ଟିରେ ଦୁହିଁଙ୍କ ମସ୍ତି ଚର୍ଚ୍ଚାରେ ଥିଲା। ଖାଲି ସେତିକି ନୁହେଁ, ଏହି ପାର୍ଟିରେ ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା ଶାହିଦ୍‌ କପୁର ଲିପ୍-ଲକ୍ ବି କରିଥିଲେ। ଏ ଦୁହେଁ ‘ବଦମାସ୍‌ କମ୍ପାନି’ର ସେଟ୍‌ରେ ପରସ୍ପରକୁ ଡେଟ୍ କରୁଥିଲେ।

ଅର୍ଜୁନ କପୁର

ଅନୁଷ୍କା ଶର୍ମା ଅର୍ଜୁନ କପୁରଙ୍କ ସହିତ ଡେଟିଂ କରୁଥିଲେ। ୨୦୧୬ରେ ଏ ଦୁହିଁଙ୍କ ଆଫେଆର୍ ଚର୍ଚ୍ଚାର ବିଷୟ ହୋଇଥିଲା। ଜୁନ୍ଦୁରେ ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା ଓ ଅର୍ଜୁନ କପୁରଙ୍କୁ କଫିସପ୍‌ରେ ସ୍ପଟ୍ କରାଯାଇଥିଲା। ଏକ ଇଣ୍ଟରଭ୍ୟୁରେ ଅର୍ଜୁନ କପୁର ସ୍ୱୀକାର କରିଥିଲେ ଯଦି କେହି ତାଙ୍କର ଫିମେଲ୍ ଭର୍ସନ୍ ହୋଇପାରିବେ, ସେ ହେଲେ ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମା।

ଜୋହେବ୍‌ ୟୁସୁଫ୍

ଅନୁଷ୍କା ଶର୍ମା ହେଉଛନ୍ତି ବେଙ୍ଗଳୁରୁର ଝିଅ। ଯେତେବେଳେ ସେ ମଡେଲିଂ ଆରମ୍ଭ କରିଥିଲେ ସେତେବେଳେ ଜୋହେବ୍ ୟୁସୁଫ୍‌ଙ୍କୁ ଡେଟ୍ କରିଥିଲେ। ଉଭୟଙ୍କର ସାକ୍ଷାତ ବେଙ୍ଗଲୁରୁଠାରେ ହୋଇଥିଲା ଓ ଦୁହେଁ ସାଙ୍ଗ ହୋଇ ମୁମ୍ବାଇ ଆସିଥିଲେ। କୁହାଯାଏ ଯେ ମୁମ୍ବାଇରେ ଜୋହେବଙ୍କ ସହ ଲିଭ୍ଇନ୍‌ରେ ଥିଲେ ଅନୁଷ୍କା ତାଙ୍କର ଷ୍ଟ୍ରଗଲ୍ ସମୟରେ।

ବଲିଉଡ଼ର ପପୁଲାର୍ ହିରୋଇନ୍ ଅନୁଷ୍କା ଶର୍ମାଙ୍କୁ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ରବ୍‌ନେ ବାନଦି ଯୋଡ଼ି’ରେ ବ୍ରେକ୍‌ ମିଳିଥିଲା। କିନ୍ତୁ ଜୋହେବଙ୍କ ଭଲ ଅଫର୍ ମିଳିଲାନି। ଏହି ଦୁଃଖରେ ଜୋହେବ୍‌ ବେଙ୍ଗାଳୁରୁ ଫେରି ଆସିଥିଲେ ଓ ଅନୁଷ୍କାଙ୍କ ସହିତ ତାଙ୍କର ଆଫେଆର୍‌ ବି ସରିଥିଲା।

Comment