ଓଡ଼ିଶାଲାଇଭ୍‌ ବ୍ୟୁରୋ

ମସକକଲି ଗାର୍ଲ ସୋନମ ଓ ଭାଇ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ଲଢ଼େଇ। ରିଅଲ୍‌ରେ ନୁହେଁ ରିଲ୍‌ରେ ଦୁହେଁ ପରସ୍ପର ଟକ୍କର ଦେବାକୁ ଯାଉଛନ୍ତି।

୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ ‘ଭବେଶ ଯୋଶୀ ଦ ସୁପର ହିରୋ’ ଶୁକ୍ରବାର ମୁକ୍ତିଲାଭ କରିଛି। ଏହି ୨ଟି ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ। ଗୋଟିଏ ଫିଲ୍ମରେ ସୋନମ୍‌ କପୁର ଲିଡ଼୍‌ ରୋଲରେ ଥିବାବେଳେ ଅନ୍ୟ ଏକ ଫିଲ୍ମରେ ସୋନମ୍‌ଙ୍କ ଭାଇ ହର୍ଷବର୍ଦ୍ଧନ କପୁର ଲିଡ୍ ରୋଲରେ ଅଛନ୍ତି।

ସୋନମ କପୁରଙ୍କ ଅଭିନୀତ ବୀର୍ ଦି ୱେଡିଂ ୪ ଜଣ ଅଲଟ୍ରା ମର୍ଡ଼ନ ଝିଅଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଫିଲ୍ମର କାହାଣୀ। ସୋନମ୍‌ଙ୍କ ବ୍ୟତୀତ କରିନା କପୁର, ଶିଖା ତଲ୍‌ସାନିଆ, ସ୍ୱରା ଭାସ୍କର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ୍‌। ବିବାହ ପରେ ଏହା ହେଉଛି ସୋନମ୍‌ଙ୍କ ପ୍ରଥମ ଫିଲ୍ମ।

‘ଭବେଶ ଯୋଶୀ ଦି ସୁପର ହିରୋ’ରେ ଲିଡ୍ ରୋଲରେ ଅଛନ୍ତି ହର୍ଷବର୍ଦ୍ଧନ କପୁର। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟୱାନି। ସତ ପାଇଁ ଲଢ଼େଇ କରି କିଭଳି ଜଣେ ସାଧାରଣ ଯୁବକ ସୁପରହିରୋ ହୋଇଛି ତାକୁ ନେଇ ଫିଲ୍ମଟି ଆଧାରିତ।

ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ସୋନମଙ୍କ ଏହା ପ୍ରଥମ ଫିଲ୍ମ। ବଲିଉଡରେ ନିଜ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ହର୍ଷବର୍ଦ୍ଧନଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ। ପୂର୍ବରୁ ସେ ‘ମିର୍ଜ୍ୟା’ ଫିଲ୍ମରେ ନଜର ଆସିଥିଲେ।

ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ହେବ ଫିଲ୍ମି ଫାଇଟରେ କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା।

Comment