ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ହେବ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା। ଏନେଇ ଗ୍ରୀନ୍‌ ସିଗନାଲ୍ ଦେଇଛନ୍ତି ରଣବୀର୍।

ବଲିଉଡ୍ ଅଭିନେତା ରଣବୀର କପୁର ନିଜର ପ୍ରୋଫେସନାଲ ଲାଇଫଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଇ କିଛି ଦିନ ହେବ ତାଙ୍କ ନାମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି। ଏନେଇ ଗ୍ରୀନ୍‌ ସିଗନାଲ୍ ଦେଇଛନ୍ତି ରଣବୀର୍।

ଗତ କିଛିଦିନ ହେବ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା। ଶୁଣାଯାଉଛି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ କଥାଟି ସତ ନା ମିଛ ସେ ବିଷୟରେ ମୁହଁ ଖୋଲିଛନ୍ତି ଖୋଦ ରଣବୀର।

ରଣବୀର କହିଛନ୍ତି, “ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ, ମୁଁ ଏହି ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁନାହିଁ। ଏହି ସମ୍ପର୍କ ବିଷୟରେ କିଛି କହିବା ପାଇଁ ମୋତେ ଆଉ କିଛି ସମୟ ଦରକାର। ଜଣେ କଳାକାର ହିସାବରେ ମୁଁ ଆଲିୟାଙ୍କ କାମ ବହୁତ ପସନ୍ଦ କରେ”।

ଅନ୍ୟପଟେ ଗତ କିଛି ଦିନ ତଳେ ରଣବୀର କପୁରଙ୍କୁ ଡେଟ୍‌ କରିବା ଉପରେ ଆଲିଆ କହିଥିଲେ, ‘ରଣବୀରଙ୍କ ଫ୍ୟାସନ ସେନ୍ସ ଏବଂ ଆକ୍ଟିଂ ଭଲ ଲାଗେ’।

ଅୟାନ୍ ମୁଖାର୍ଜୀଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ଆଲିୟା ଓ ରଣବୀରଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିବ। ସିନେମା ବ୍ୟତୀତ ଦୁହିଁଙ୍କୁ ଅନେକ ସମୟରେ ଏକାଠି ବୁଲିବାର ଦୃଶ୍ୟ ସୋସିଆଲ ମିଡିଅାରେ ଭାଇରାଲ ହୋଇଛି।

‘ବ୍ରହ୍ମାସ୍ତ୍ର’ ସିନେମାରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଟିଭି ଅଭିନେତ୍ରୀ ମୌନି ରାୟ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ରଣବୀରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ୍ ଦିପିକା ପାଦ୍ୟୁକୋନ ରଣବୀର ଓ ଅଲିଆଙ୍କ ସମ୍ପର୍କକୁ ନେଇ ବେଶ୍‌ ଖୁସି ଅଛନ୍ତି। ସେ କହିଛନ୍ତି, “ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ମୁଁ ବହୁତ ଖୁସି ହେବି”।

Comment