ଓଡ଼ିଶାଲାଇଭ୍ ବ୍ୟୁରୋ
ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ବୁଧବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। କଟକ ଜିଲ୍ଲା ତ୍ରିଶୁଳିଆଠାରେ ଏହି ଘଟଣା ଘଟିଛି। ବାରଙ୍ଗ ପୋଲିସ ରାଜା ବିଶ୍ୱାଳ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖିଛି। ରାଜା କଂଗ୍ରେସ କର୍ମୀ ବୋଲି କୁହାଯାଉଛି।
ତ୍ରିଶୁଳିଆଠାରେ ଅନୁଷ୍ଠିତ ହୋଇଥିବା ‘ପରୀ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିଲା।
ଦୁଇଦିନ ତଳେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଏଥିରେ ନବୀନ ନନ୍ଦ ଅଳ୍ପକେ ବର୍ତ୍ତି ଯାଇଥିଲେ।
ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କିଛି ନୂଆ କଥା ନୁହେଁ। ପୂର୍ବରୁ ବିଜେଡିର ବହୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଗାଡ଼ି ଉପରେ ଅଣ୍ଡା ମାଡ଼ ହୋଇଥିବା ନଜିର ରହିଛି।