ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୧୫ ଦିନପରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି।

ଏଚ ଡି କୁମାରସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପସ୍ଥିତିରେ ରାଜ୍ୟପାଳ ବାଜୁଭାଇ ବାଲା ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କ୍ୟାବିନେଟରେ ୨୫ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଜେଡିଏସର ୯ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ କଂଗ୍ରେସର ୧୪ବିଧାୟକ ରହିଛନ୍ତି। କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ଭାଇଙ୍କୁ ବି ସ୍ଥାନ ମିଳିଛି।

ସବୁଠୁ ଖାସ୍ କଥା ହେଉଛି ଏହି କ୍ୟାବିନେଟ୍‌ରେ ବିଏସପି ଦଳର ବିଧାୟକ ସତିଶ ଚନ୍ଦ୍ରାଙ୍କୁ ସ୍ଥାନ ମିଳିଛି। ମାୟାବତୀଙ୍କ ନେତୃତ୍ୱାଧୀନ ବିଏସପି ଦଳର ମାତ୍ର ଜଣେ ବିଧାୟକ ଗତ କର୍ଣ୍ଣାଟକ ନିର୍ବାଚନରେ ଜିତିଥିଲେ। ତାଙ୍କୁ ମନ୍ତ୍ରିପଦ ମିଳିଛି। ଉତ୍ତରପ୍ରଦେଶ ପରେ ଅନ୍ୟ ରାଜ୍ୟରେ ବିଏସପି ଦଳର କୌଣସି ବିଧାୟକ ମନ୍ତ୍ରୀ ହେବା ଏହା ପ୍ରଥମ।

ସିଦ୍ଧରମୈଆ ସରକାରରେ ମନ୍ତ୍ରୀ ଥିବା କଂଗ୍ରେସ ବିଧାୟକ ତନବୀର ସେନଙ୍କୁ ଚଳିତ କ୍ୟାବିନେଟରୁ ବାଦ୍‍ ଦିଆଯାଇଛି। ଏହାକୁ ନେଇ ତନବୀରଙ୍କ ସମର୍ଥକ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି।

ମନ୍ତ୍ରିମଣ୍ଡଳର ବିସ୍ତାରରେ କଂଗ୍ରେସକୁ ଗୃହ, ସ୍ୱାସ୍ଥ୍ୟ, ରାଜସ୍ୱ ଓ କୃଷି ପରି ବିଭାଗ ମିଳିଥିବାବେଳେ ଜେଡିଏସକୁ ବିତ୍ତ, ଅବକାରୀ, ପିଡବ୍ଲୁଡି ପରି ବିଭାଗ ମିଳିଛି।

Comment